ଭାରତ-ପାକ ଉତ୍ତେଜନା ମଧ୍ୟରେ ୬ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା

ଜାମ୍ମୁ : କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ନିୟନ୍ତ୍ରଣ ରେଖା ନିକଟରେ ଆଜି କେତେକ ସଶସ୍ତ୍ର ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସେନା ସେମାନଙ୍କୁ ଘଉଡେଇଦେଇଛି ।

ସେନା ସୁତ୍ରରୁ ପ୍ରକାଶ ଯେ ଉତ୍ତର କାଶ୍ମୀରର କୁପଓ୍ଵାଡା ଜିଲ୍ଲା ନିକଟସ୍ଥ ନିୟନ୍ତ୍ରଣ ରେଖା ଦେଇ ପାକ ଅଧିକୃତ କାଶ୍ମୀର ପଟୁ ପ୍ରାୟ ୬ ଜଣ ସଶସ୍ତ୍ର ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସେନା ଜାଣିବାକୁ ପାଇବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସେମାନେ ଭାରତୀୟ ସୀମା ଭିତରକୁ ପ୍ରାୟ ୫୦୦ ମିଟର ପଶିଆସିଥିଲେ । କିନ୍ତୁ ସର୍ଚ୍ଚ ଅପରେସନ ବେଳେ ସେନା ସହ ସେମାନଙ୍କର ଗୁଳିବିନିମୟ ହୋଇଥିଲା ।

କାଶ୍ମୀରରୁ ଧାରା ୩୭୦ ଉଠାଇବା ପାଇଁ ଭାରତର ଘୋଷଣା ପରେ ପାକିସ୍ତାନରେ ଏହାକୁ ନେଇ କଡା ବିରୋଧ ପ୍ରକାଶ ପାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବେଆଇନ ବୋଲି ଘୋଷଣା କରିବା ସହ ଆଗକୁ ଅଧିକ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଚେତାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର