ଚା’ ବିକିଲେ ପଶ୍ଚିମବବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ରଣନୀତି ପ୍ରସ୍ତୁତିକାରୀ ପ୍ରଶାନ୍ତ କିଶୋର ଏକ ପରାମର୍ଶ ଦେଇଛନ୍ତି। ତାହା ଅନୁଯାୟୀ ମମତା ବାନାର୍ଜୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଚା’ ବିକିଛନ୍ତି। ସେ ଗତକାଲି ଦୀଘାର ଦତ୍ତାପୁର ଅଞ୍ଚଳରେ ଥିବା ଚା’ ଦୋକାନରେ ନିଜ ହାତରେ ଚା’ ତିଆରି କରି ଗ୍ରାହକମାନଙ୍କୁ ଦେଇଥିଲେ।

ଏହାର ଏକ ଭିଡିଓ ବି ପ୍ରସ୍ତୁତ କରାଯାଇଥିଲା। ଏହି ଭିଡିଓକୁ ସୋସଆଲ ମିଡିଆରେ ଭାଇରାଲ କରାଯାଇଥିଲା।ଏହା ଜରିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କ ନିକଟତର ହେବାଲାଗି ପ୍ରୟାସ କରୁଥିବା କୁହାଯାଉଛି।

ଆହୁରି ମଧ୍ୟ କୁହାଯାଉଛି ଯେ ଗତ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବବଙ୍ଗରେ ବିପୁଳ ଜନସମର୍ଥନ ହାସଲ କରିବାପରେ ମମତା ଛାନିଆ ହୋଇଯାଇଥିଲେ। ଏଥିଲାଗି ସେ ନିର୍ବାଚନ ରଣନୀତି ପ୍ରସ୍ତୁତିକାରୀ ପ୍ରଶାନ୍ତ କିଶୋରଙ୍କ ସହାୟତା ଲୋଡ଼ିଥିଲେ।

photo–ndtv

ସୂଚନାଯୋଗ୍ୟ ୨୦୨୦ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।ଏଥିଲାଗି ମମତା ବାନାର୍ଜୀ ଆଗକୁ ଆହୁରି ଏଭଳି ଅନେକ ନୂଆ କାମ କରିବେ ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର