ଦୀପାବଳି ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଲାଲ୍‌ ଖଟ୍ଟର

ନୂଆଦିଲ୍ଲୀ: ଅକ୍ଟୋବର ୨୭ ତାରିଖ ଦୀପାବଳି ଦିନ ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମନୋହର ଲାଲ୍‌ ଖଟ୍ଟର। ରବିବାର ଅପରାହ୍ଣ ୨ଟା ବେଳେ ଆୟୋଜନ କରାଯିବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ। କିନ୍ତୁ, କିଏ ଉପମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର କରାଯାଇ ନାହିଁ।

ରବିବାର ଦିନ ହେବାକୁ ଯାଉଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଖଟ୍ଟରଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ ପରିଷଦ୍‌ ଶପଥ ନେଇ ନ ପାରନ୍ତି।

ହରିୟାଣାରେ ସରକାର ଗଠନ କରିବାକୁ ବିଜେପି ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନଶକ୍ତି ପାର୍ଟି ସହ ମେଣ୍ଟ କରିଛନ୍ତି। ଶୁକ୍ରବାର ଦିନ ବିଜେପି ଓ ଜେଜେପି ନେତାମାନଙ୍କର ମିଳିତ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା।

Image Source: NewsNation

ଦୁଷ୍ୟନ୍ତ ହରିୟାଣାର ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି। କିନ୍ତୁ, ଉପମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ତାଙ୍କ ମାଆ ଓ ଜେଜେପି ନେତ୍ରୀ ନୈନା ସିଂହ ଚୌତାଲାଙ୍କ ନାମ ଉଠିଛି।

ନୈନା ଜେଜେପି ଟିକେଟ୍‌ରେ ବଧ୍ରା ବିଧାନସଭା ଆସନରୁ ବିଜୟିନୀ ହୋଇଛନ୍ତି।

ସମ୍ବନ୍ଧିତ ଖବର