ମିଜୋରାମ୍‌ ନିର୍ବାଚନ, ୨୦୯ ପ୍ରାର୍ଥୀଙ୍କ ମଧ୍ୟରେ ୧୧୬ କୋଟିପତି

ଆଇଜଲ୍‌: ମିଜୋରାମ୍‌ ବିଧାନସଭା ନିର୍ବାଚନରେ ଏଥର ବିଭିନ୍ନ ଦଳରୁ ମୋଟ ୨୦୯ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେବେ ଏଥର କୋଟିପତି ପ୍ରାର୍ଥୀ ସଂଖ୍ୟା ବଢ଼ିଛି। ପୂର୍ବଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ୧୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୭୫ ଜଣ ବା ୫୩ ପ୍ରତିଶତ କୋଟିପତି ଥିଲେ। ଏଥର ୨୦୯ ପ୍ରାର୍ଥୀଙ୍କ ମଧ୍ୟରେ ୧୧୬ ଜଣ ବା ୫୬ ପ୍ରତିଶତ କୋଟିପତି ଥିବା ଜଣାପଡ଼ିଛି। ତେଣୁ ଏଥର ନିର୍ବାଚନରେ ପ୍ରାର୍ଥୀମାନେ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି କୁହାଯାଉଛି। ବିଶେଷକରି ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌ (ଏମ୍‌ଏନ୍‌ଏଫ୍‌) ଅଧିକ କୋଟିପତି ପ୍ରାର୍ଥୀ ଦେଇ ନିର୍ବାଚନ ଜିତିବାକୁ ଚେଷ୍ଟା କରିଛି। ଏମ୍‌ଏନ୍‌ଏଫ୍‌ ପକ୍ଷରୁ ଦିଆଯାଇଥିବା ପ୍ରାର୍ଥୀମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୭.୨୧ କୋଟି ଟଙ୍କା ରହିଛି, ଯାହା କି ଶାସକ କଂଗ୍ରେସ ତୁଳନାରେ ଢେର ଅଧିକ।

ସମ୍ବନ୍ଧିତ ଖବର