ମୁମ୍ବାଇରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତା ବସନ୍ତକୁମାରଙ୍କ ଦେହାନ୍ତ, ଲକଡାଉନ ପାଇଁ ବେଙ୍ଗାଲୁରୁରେ ଅଟକି ରହିଛନ୍ତି ମିଥୁନ

ମୁମ୍ବାଇ: ଦିଗ୍ଗଜ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତା ବସନ୍ତକୁମାର ଚକ୍ରବର୍ତ୍ତୀଙ୍କର ମଙ୍ଗଳବାର ମୁମ୍ବାଇରେ ଦେହାନ୍ତ ଘଟିଛି। ସେ ୯୫ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ବେଳେ କିଛି ସମୟ ହେଲା ବୟସ ସମ୍ବନ୍ଧୀୟ ରୋଗ ସହ ସେ ସଂଗ୍ରାମ କରି ଆସୁଥିଲେ।

ତେବେ ସବୁଠାରୁ ବଡ କଥା ହେଲା ଲକଡାଉନ କାରଣରୁ ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ବେଙ୍ଗାଲୁରୁରେ ଅଟକି ରହିଛନ୍ତି । ସେ ସେଠାକୁ ଏକ ସୁଟିଂ ପାଇଁ ଯାଇଥିବା ବେଳେ ୨୧ଦିନିଆ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ ଭାରତ ସରକାର | ଯାହାପାଇଁ ତାଙ୍କୁ ବେଙ୍ଗାଲୁରୁରେ ରହିବାକୁ ପଡିଥିଲା। ଏବେ ତାଙ୍କ ବାପାଙ୍କ ମୃତ୍ୟୁ ଖବର ପାଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କର ଶେଷ ରୀତିନୀତି କରିବା ପାଇଁ ମୁମ୍ବାଇ ଆସିବାକୁ ଚେଷ୍ଟା କରୁଛନ୍ତି |

ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ରିତୁପର୍ନା ସେନଗୁପ୍ତା ଟ୍ୱିଟରରେ ଏହି ଖବରକୁ ନିଶ୍ଚିତ କରିବା ସହ ମିଥୁନ ଏବଂ ତାଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, “ମିଥୁନ ଦା, ତୁମ ପିତାଙ୍କ ହଠାତ୍ ଦେହାନ୍ତ ହେତୁ ମୁଁ ଗଭୀର ସମବେଦନା ଜଣାଉଛି। ବସନ୍ତକୁମାର ଚକ୍ରବର୍ତ୍ତୀ ତାଙ୍କ ପତ୍ନୀ ଶାନ୍ତିମୋଇ ଚକ୍ରବର୍ତ୍ତୀ ଏବଂ ଜ୍ୟେଷ୍ଠପୁତ୍ର ଗୌରାଙ୍ଗ ଚକ୍ରବର୍ତ୍ତୀ ଓରଫ ମିଥୁନଙ୍କ ସହ ରହୁଥିଲେ | ରିପୋର୍ଟରୁ ଜଣାପଡିଛି ଯେ, ମିଥୁନଙ୍କ ବଡ ପୁଅ ମିମୋ ଚକ୍ରବର୍ତ୍ତୀ ମୁମ୍ବାଇରେ ଅଛନ୍ତି।

ସମ୍ବନ୍ଧିତ ଖବର