କ୍ବାଡ୍ ସମ୍ମିଳନୀରେ ଯୋଗ ଦେବାକୁ ଟୋକିଓ ଯାତ୍ରା କଲେ ମୋଦୀ

ନୂଆଦିଲ୍ଲୀ : ଜାପାନର ଟୋକିଓରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ବାଡ ସମ୍ମିଳନୀରେ୍ ଯୋଗଦେବାକୁ ରବିବାର ସଂଧ୍ୟାରେ ଟୋକିଓ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ବର ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ଏହି ସମ୍ମିଳନୀର ଗୁରୁତ୍ବ ବଢିଯାଇଛି ।

ଅନ୍ୟପକ୍ଷରେ ସମ୍ମିଳନୀ ପୂର୍ବରୁ କ୍ବାଡକୁ ସମାଲୋଚନା କରିଛି ଚୀନ । ଚୀନର ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ଇ କହିଛନ୍ତି ଯେ କ୍ବାଡ ନିଶ୍ଚିତଭାବେ ବିଫଳ ହେବ । କାରଣ ନିଜର ବେଜିଂର ମୁକାବିଲା ପାଇଁ ଆମେରିକା ଏହାକୁ ଗଠନ କରିଛି । ତେବେ କ୍ବାଡକୁ ନେଇ ଏସୀୟ ପ୍ରଶାନ୍ତ ମହାସାଗର ଅଂଚଳରେ ଚିନ୍ତା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, କ୍ବାଡ୍ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଏସିଆରେ ଚୀନର ବଢିଚାଲିଥିବା ଆଧିପତ୍ୟକୁ ରୋକିବାକୁ ଏହି ମେଣ୍ଟ ଗଠନ କରାଯାଇଛି । ଟୋକିଓଠାରେ ଚାଲିଥିବା କ୍ବାଡ୍ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେବେ ।

ସମ୍ବନ୍ଧିତ ଖବର