ଆଫଗାନ୍‌ ସ୍ଥିତି ନେଇ ମୋଦୀ-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଆଫଗାନ୍‌ ସ୍ଥିତି ସଂକ୍ରାନ୍ତରେ ଫୋନ୍‌ରେ କଥା ହୋଇଛନ୍ତି। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଉତ୍ପନ୍ନ ସ୍ଥିତି ନେଇ ଉଭୟ ରାଷ୍ଟ୍ରମୁଖ୍ୟ ପ୍ରାୟ ୪୫ ମିନିଟ୍‌ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ବିଟ୍‌ କରି ଏ ବବେଦ ସୂଚନା ଦେଇଛନ୍ତି। ଆଫଗାନ୍ ସଙ୍କଟ ସମେତ କୋଭିଡ୍‌ ମହାମାରୀ ବିରୋଧରେ ଭାରତ-ରୁଷ୍‌ ସହଯୋଗ ପ୍ରସଙ୍ଗରେ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି। ମୋଦୀ ଗତକାଲି ଜର୍ମାନ ଚାନ୍ସଲର ଆଞ୍ଜେଲା ମର୍କେଲ୍‌ଙ୍କ ସହ ମଧ୍ୟ ଆଫଗାନ ସ୍ଥିତି ନେଇ ଆଲୋଚନା କରିଥିଲେ। ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ଅଭିଯାନ ଏବେ ତ୍ବରାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର