ନମୋଙ୍କ ନୂଆ ମନ୍ତ୍ର: ଆଜିଠାରୁ ପିଏମ୍‌ ଅର୍ଥ ମୋଦି ନାହିଁ, ପୋଷଣ ମିଶନ

ଝୁଝୁନୁ(ରାଜସ୍ଥାନ): ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି ଆଜିଠାରୁ ପିଏମ୍‌ ଅର୍ଥ ମୋଦି ନୁହେଁ, ପୋଷଣ ମିଶନ ବୋଲି କହିଛନ୍ତି। ମୋଦି ଏହି ଅବସରରେ ଏକ ର‍୍ୟାଲିକୁ ସମ୍ବୋଧନ କରିଛନ୍ତି। ବେଟି ବଚାଓ-ବେଟି ପଢ଼ାଓ ସ୍ଲୋଗାନ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି ଅବସରରେ ମୋଦିଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ମହିଳା ଦିବସ ଅବସରରେ ମୋଦି ଗୁରୁବାର ସକାଳୁ ଟୁଇଟ କରି ଅଭିନନ୍ଦନ ଜଣାଇଥିଲେ। ସମ୍ବୋଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ଏଠାରେ ଉପସ୍ଥିତ ଛୋଟ ଶିଶୁ କନ୍ୟାଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ।

ର‍୍ୟାଲିରେ ମୋଦି କହିଛନ୍ତି, ମୋର ବିରୋଧୀ ଲୋକେ ଯେତେ ଯାହା କୁହନ୍ତୁ ତାହା ତାଙ୍କର ଇଚ୍ଛା। ଯଦି ନରେନ୍ଦ୍ର ମୋଦି(ପ୍ରଧାନମନ୍ତ୍ରୀ) ନାହିଁ ପୋଷଣ ମିଶନ ହେବା ଦରକାର। ଏହା ଦ୍ୱାରା ଏହି ମିଶନ ବଢ଼ିବାରେ ସାହାଯ୍ୟ ହେବ। ଆମେ କୁପୋଷଣ ବିରୋଧରେ ଲଢ଼ାଇ ଜାରି ରଖିଛୁ। ସେ କହିଛନ୍ତି ଆମ ଦେଶରେ ନାରୀଙ୍କୁ ପୂଜା କରାଯାଇ ଥାଏ କିନ୍ତୁ କନ୍ୟା ଶିଶୁ ପାଇଁ ହାତ ଯୋଡ଼ିବାକୁ ପଡୁଛି। ଆଜି ବାଳକ ଓ ବାଳିକା ହାର ଦେଖିଲେ ଦୁଃଖ ଲାଗୁଛି।

ସମ୍ବନ୍ଧିତ ଖବର