ଆସନ୍ତାକାଲି ଭାରତର ଦକ୍ଷିଣ ଉପକୂଳରେ ବର୍ଷି ପାରେ ‘ମୌସୁମୀ ବର୍ଷା’: ପାଣିପାଗ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତର ଦକ୍ଷିଣ ଉପକୂଳରେ ‘ମୌସୁମୀ ବର୍ଷା’ ବର୍ଷିବାର ସମ୍ଭାବନା ଅଛି ବୋଲି ଆଜି ସଦ୍ୟତମ ପୁର୍ବାନୁମାନ ସୂଚନା ଜାରି କରି ଭାରତର ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ କହିବା ଅନୁସାରେ, ଆସନ୍ତାକାଲି ଉପକୂଳବର୍ତ୍ତୀ କେରଳର ଦକ୍ଷିଣସୀମା ଉପରେ ମୌସୁମୀ ବୃଷ୍ଟି ପାଇଁ ପାଗଯୋଗ ଅନୁକୂଳ ହୋଇଛି।

ଧାନ, ମକ୍କା, ଆଖୁ, ତୁଳା ଓ ସୋୟାବିନ୍‌ ଭଳି ଫସଲ ନିମନ୍ତେ ଆମର ପ୍ରାୟ ଅର୍ଦ୍ଧେକ ଚାଷଜମି ଜୁନ୍‌ରୁ ସେପ୍ଟେମ୍ବର ମାସ ବ୍ୟାପୀ ସମଗ୍ର ଭାରତରେ ବର୍ଷୁଥିବା ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ଉପରେ ନିର୍ଭର କରେ।

ଗତ ମାସରେ ଭାରତର ପାଣିପାଗ ବିଭାଗ କହିଥିଲା ଯେ, ଏବର୍ଷ ଦେଶରେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ସ୍ବାଭାବିକ ହେବା ପରି ଜଣାପଡୁଛି। ତେଣୁ, ଏଥର ଦେଶ ଅର୍ଥନୀତିର ମୁଖ୍ୟ ଉପାଦାନ ଚାଷ ଉପରେ ଅଧିକ ପ୍ରତ୍ୟାଶା ରହିଛି।

 

ସମ୍ବନ୍ଧିତ ଖବର