ଅଧିକାଂଶ ଚାଷୀ କୃଷି ଆଇନକୁ ବୁଝିନାହାନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଦେଖାଦେଇଥିବା ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପରୋକ୍ଷରେ ଚାଷୀମାନଙ୍କୁ ଉସୁକାଇଛନ୍ତି। କେରଳର ଵାୟାନାଡ଼ ଠାରେ ଏକ ସମାବେଶକୁ ଉଦ୍‌ବୋଧନ ଦେଇ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିବା ସହ ନୂତନ କୃଷି ଆଇନକୁ ଅଧିକାଂଶ ଚାଷୀ ଠିକ୍‌ରେ ବୁଝିପାରିନାହାନ୍ତି ବୋଲି କହିଛନ୍ତି। ଯଦି ସେମାନେ ଏହି ଆଇନଗୁଡ଼ିକୁ ଭଲରେ ବୁଝିପାରିଥାନ୍ତେ ତେବେ ଦେଶ ତମାମ ଏବେ ଆନ୍ଦୋଳନର ବହ୍ନି ଜଳୁଥାନ୍ତା ବୋଲି ସେ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର