ମୋଦୀଙ୍କୁ ମା’ଙ୍କ ଉପଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେସ୍‌ବୁକ୍‌ରେ ତାଙ୍କ ମା’ ହୀରାବେନ୍‌ଙ୍କ ସଂପର୍କରେ କିଛି କଥା ପୋଷ୍ଟ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ତାଙ୍କ ମା’ କିଭଳି ଅନୁଭବ କରିଥିଲେ ବୋଲି ଅନେକ ପ୍ରଶ୍ନ କରନ୍ତି। କିନ୍ତୁ ମା’ଙ୍କ ପାଇଁ କୌଣସି ପଦ ପଦବି ଅପେକ୍ଷା ଜୀବନର ଆଦର୍ଶ ହିଁ ସର୍ବାଧିକ ମୂଲ୍ୟବାନ’ ବୋଲି ମୋଦୀ ଫେସବୁକ୍‌ ପେଜ୍‌ରେ କହିଛନ୍ତି। ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ସମୟରେ ତାଙ୍କ ମା’ ତାଙ୍କୁ ଏଭଳି ଉପଦେଶ ଦେଇଥିଲେ ଯାହା ଅନେକଙ୍କୁ ନିଶ୍ଚିତ ପ୍ରଭାବିତ କରିବ। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ତାଙ୍କ ମା’ କହିଥିଲେ, – ‘ଦେଖ୍‌ ଭାଇ , ମୁଁ ବୁଝେନା ତୁ କ’ଣ କରୁଛୁ, କିନ୍ତୁ ମତେ ପ୍ରତିଜ୍ଞା କରି କହ କେବେ ବି ତୁ ଲାଞ୍ଚ ନେବୁନାହିଁ କି ସେଭଳି ପାପ କେବେ ବି କରିବୁ ନାହିଁ। ସେହି ଶବ୍ଦଗୁଡ଼ିକ ବାସ୍ତବରେ ମତେ ବହୁତ ପ୍ରଭାବିତ କରିଥିଲା ବୋଲି ମୋଦୀ କହିଛନ୍ତି। ଜଣେ ମହିଳା ଯିଏ ତାଙ୍କର ସାରା ଜୀବନ କେବଳ ଦାରିଦ୍ର୍ୟରେ କଟାଇଛନ୍ତି, ତାଙ୍କର ଏହି ଉପଦେଶ ମୋ ଜୀବନର ପ୍ରେରଣା ପାଲଟିଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର