କମଲ ହାସନଙ୍କ ‘ହିନ୍ଦୁ ଆତଙ୍କବାଦୀ’ ବୟାନ ଉପରେ ପ୍ରତିକ୍ରିୟା ରଖି ପାୟଲ ରୋହତଗୀ କହିଲେ ‘ବୁଢ଼ା ପାଗଳ ହୋଇ ଗଲାଣି…’

ଚେନ୍ନାଇ : ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ରବିବାର ଦିନ ନିର୍ବଚାନ ପ୍ରଚାର ଅଭିଯାନ ସମୟରେ କହିଥିଲେ କମଲ ହାସନ । ମେ ୧୯ ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ମୋହନରାଜଙ୍କ ପାଇଁ ଅବରାକୁରିଚି ଠାରେ ପ୍ରଚାର ସମୟରେ ମକ୍କଲ ନୀଧି ମଇୟାମ୍‌ (ଏମ୍‌ଏନ୍‌ଏମ୍‌) ଦଳର ନେତା କମଲ ହାସନ୍‌ ଏଭଳି ବୟାନ ଦଇଥିଲେ । ତେବେ କମଲ ହାସନଙ୍କ ଏଭଳି ବିବାଦୀୟ ବୟାନ ଆସିବା ପରେ ତାଙ୍କୁ ଟୁଇଟ୍‌ କରି କଡ଼ା ଜବାବ ଦେଇଥିଲେ ଅଭିନେତା ବିବେକ ଓବରଏ ।

DNA India

ଏବେ ବିବେକଙ୍କ ପରେ ଏବେ ଅଭିନେତ୍ରୀ ପାୟଲ ରୋହତଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ପାୟଲଙ୍କ କହିବା ଅନୁଯାୟୀ, ବୁଢ଼ା ପାଗଳ ହୋଇଗଲାଣି । ତାକୁ ଆତଙ୍କବାଦୀ ଏବଂ ହତ୍ୟାକାରୀଙ୍କ ମଧ୍ୟରେ ଫରକ ଜଣା ନାହିଁ । ଯେତେବେଳେ କେହି ନେତା ରାଜନୀତିରେ ନିଜକୁ ଚମକାଇବା ପାଇଁ ଚେଷ୍ଟା କରେ, ତେବେ ଚର୍ଚ୍ଚାରେ ରହିବା ପାଇଁ ଅନେକ ପ୍ରୟାସ କରିଥାଏ । ଆପଣ ବି ତାହା କରୁଛନ୍ତି । ଚର୍ଚ୍ଚାରେ ରହିବା ପାଇଁ ହିନ୍ଦୁ ଆତଙ୍କବାଦଠାରୁ ଭଲ ବିଷୟ ଆଉ କିଛି ନାହିଁ । ଆପଣଙ୍କୁ ଜାଣି ରଖିବା ଦରକାର ଯେ, ନଥୁରାମ ଗୋଡ଼ସେ ଏବଂ ଗାନ୍ଧୀଜୀ ଉଭୟ ହିନ୍ଦୁ ଥିଲେ । ଜଣେ ହିନ୍ଦୁ ଆଉ ଜଣେ ହିନ୍ଦୁକୁ ମାରିଲେ, ତାକୁ ଆତଙ୍କବାଦ ନୁହେଁ ହତ୍ୟା କୁହାଯାଏ । ଭିନ୍ନ ଧର୍ମର ଲୋକଙ୍କୁ ମାରିଲେ ଆତଙ୍କବାଦ ବୋଲି କୁହାଯାଏ । ସେ ହିସାବରେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ମହମ୍ମଦ ଅଲ୍ଲୀ ଜିନ୍ନା ଥିଲେ ବୋଲି କହିଛନ୍ତି ପାୟଲ ।

ସମ୍ବନ୍ଧିତ ଖବର