ଗାନ୍ଧୀ-ନେହେରୁଙ୍କ ଦେଶକୁ ବିଜେପିର ଭାରତ ହେବାକୁ ଦେବୁ ନାହିଁ: ମୁଫତି

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ରବିବାର ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜମ୍ମୁକଶ୍ମୀରରେ ଯେତେ ସୈନ୍ୟ ମୁତୟନ ହୁଅନ୍ତୁନା କାହିଁକି କଶ୍ମୀର ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସରକାର ସକରାତ୍ମକ ଫଳାଫଳ ଦେଖି ପାରିବେ ନାହିଁ। ଏଥି ସହ ସେ କହିଛନ୍ତି ଯେ ଆମେ ଦେଶକୁ ବିଜେପିର ଭାରତ ହେବାକୁ ଦେବୁ ନାହିଁ। ଶ୍ରୀନଗରରେ ଦଳର ଯୁବ ସମ୍ମିଳନୀକୁ ପିଡିପି ମୁଖ୍ୟ ସମ୍ବୋଧିତ କରି କହିଛନ୍ତି ଯେ ମୁଁ ବିଜେପିକୁ କହିବାକୁ ଚାହେଁ ଯେ ଯେତେବେଳେ ଆକ୍ରମଣକାରୀମାନେ ପାକିସ୍ତାନରୁ ଆସିଥିଲେ, ସେତେବେଳେ ଭାରତୀୟ ସେନା ଆସି ନଥିଲା, ଲୋକଙ୍କ ହାତରେ ବନ୍ଧୁକ ନଥିଲା, ତଥାପି ସେମାନେ ଆକ୍ରମଣକାରୀଙ୍କୁ ଘଉଡାଇ ଦେଇଥିଲେ।

ତେଣୁ ଆକ୍ରମଣକାରୀ ହୁଅନ୍ତୁ ନାହିଁ କାରଣ କଶ୍ମୀରବାସୀ ସେମାନଙ୍କୁ କିପରି ବାହାର କରିଦେବେ ଜାଣନ୍ତି | ମେହବୁବା ମୁଫତି କହିଛନ୍ତି ଯେତେବେଳେ ହିନ୍ଦୁ ଏବଂ ମୁସଲମାନ ଧର୍ମ ନାମରେ ଲଢୁଥିଲେ, ସେତେବେଳେ କଶ୍ମୀର ଏକମାତ୍ର ସ୍ଥାନ ଥିଲା ଯେଉଁଠାରେ ଅଧିକାଂଶ ମୁସଲମାନ କାଶ୍ମୀର ପଣ୍ଡିତ, ହିନ୍ଦୁ ଏବଂ ଶିଖଙ୍କୁ ଉଦ୍ଧାର କରିଥିଲେ। ସେ କହିଛନ୍ତି ଯେ ମୁଁ ଆଜିର ଭାରତ ବିଷୟରେ କହୁ ନାହିଁ। ମୁଁ ସେହି ଭାରତ ବିଷୟରେ କହୁଛି ଯାହା ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀ ଏବଂ ଜବାହରଲାଲ ନେହେରୁଙ୍କ ନାତି ରାହୁଲ ଗାନ୍ଧୀ ଆଜି ଖୋଜୁଛନ୍ତି। ନେହେରୁ ଏବଂ ଗାନ୍ଧୀ ଏକାଠି ନିର୍ମାଣ କରିଥିବା ଭାରତ ବିଷୟରେ ମୁଁ କହୁଛି। ମେହବୁବା ମୁଫତି ଆହୁରି ମଧ୍ୟ କହିଛନ୍ତି ଯେ କାଶ୍ମୀର ଏହାର ସମ୍ବିଧାନ ମାଧ୍ୟମରେ ଭାରତ ସହ ଜଡିତ, କିନ୍ତୁ ଆପଣ (ବିଜେପି) ସମ୍ବିଧାନକୁ ନଷ୍ଟ କରିଛନ୍ତି। ଯେପର୍ଯ୍ୟନ୍ତ ଆପଣ କଶ୍ମୀର ସମସ୍ୟାର ସମାଧାନ ନ କରିଛନ୍ତି, ଆପଣ ଏଠାରେ କୌଣସି ଫଳାଫଳ ଦେଖିବେ ନାହିଁ |

ସମ୍ବନ୍ଧିତ ଖବର