ମାଫିଆ ଡନ ମୁଖତାରର ମୃତ୍ୟୁ ହୃଦଘାତରେ ହିଁ ହୋଇଛି : ଉତ୍ତରପ୍ରଦେଶ ଡିଜିପି

ଲକ୍ଷ୍ନୌ: ମାଫିଆ ଡନ୍ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ପ୍ରଥମ ଥର ପାଇଁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ମୁଖତାର ଅନସାରୀଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁକୁ ନେଇ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଡିଜିପି ପ୍ରଶାନ୍ତ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ମୁଖତାର ଅନସାରୀ ପୂର୍ବରୁ ଅସୁସ୍ଥ ଥିଲେ ଏବଂ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏକ ଭଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି, ପ୍ରଥମେ ଆପଣଙ୍କୁ ସ୍ପଷ୍ଟ କରିଦେଉଛୁ ଯେ ମୁଖତାର ଅନସାରୀ ମୃତ୍ୟୁ ମାମଲାରେ ଯାହା ବି ଘଟଣା ଘଟିଛି ତାହା ନ୍ୟାୟିକ ହେପାଜତରେ ଘଟିଛି। ଜେଲ୍ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଜେଲ୍ ଓ ପୁଲିସର ସିଧାସଳଖ ସମ୍ପର୍କ ନାହିଁ। ଗତ ଦେଢ଼ ବର୍ଷ ମଧ୍ୟରେ ମୁକ୍ତାରଙ୍କୁ ୮ ଥର ଦଣ୍ଡାଦେଶ ହୋଇଛି। ମୁଖ୍ୟ ମାଫିଆମାନଙ୍କ ମଧ୍ୟରେ ଚିହ୍ନଟ ହୋଇଥିଲେ। ତାଙ୍କର ୪୦ ବର୍ଷର ଅପରାଧିକ ଇତିହାସ ରହିଛି। ଜେଲରେ ମୁକ୍ତାରଙ୍କୁ ଚିକିତ୍ସାର ଆବଶ୍ୟକତା ପଡ଼ିଲେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ମୁଖତାରଙ୍କୁ ବେଷ୍ଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାବ୍ୟତୀତ ସେ ହୃଦ୍ ରୋଗରେ ପୀଡ଼ିତ ଥିଲେ ଏବଂ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ କୋର୍ଟରେ କାଗଜପତ୍ର ରହିଛି। ଅଧିକ ମାଜିଷ୍ଟ୍ରେଟ୍ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର