ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତିରୁଅନନ୍ତପୁରମ୍‌ ଫେରିଆସିଲା ମସ୍‌କାଟ୍‌ ଯାଉଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ

ତିରୁବନନ୍ତପୁରମ୍‌: ଆଜି ଓମାନ୍‌ର ମସ୍‌କାଟ୍‌ ଅଭିମୁଖେ ଯାଉଥିବା ଗୋଟାଏ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତିରୁଅନନ୍ତପୁରମ୍‌ ଫେରିଆସିଛି। ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟରେ ପରେ ବିମାନର ଅନ୍‌-ବୋର୍ଡ କମ୍ପ୍ୟୁଟର୍‌ ସିଷ୍ଟମ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା।

ସକାଳ ୮.୩୦ରେ କେରଳର ରାଜଧାନୀ ତିରୁଅନନ୍ତପୁରମ୍‌ରୁ ଉଡ଼ାଣ ଆରମ୍ଭ କରିଥିବା ‘ଆଇଏକ୍ସ ୫୪୯’ ବିମାନ ୯.୧୭ ମିନିଟ୍‌ରେ ପୁଣି ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରି ଆସିଥିଲା। ଦୁଇଜଣ ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ପାଇଲଟ୍‌ ଉକ୍ତ ଯାନ୍ତ୍ରିକ ତ୍ରୁଟି ଲକ୍ଷ୍ୟ କରିଥିଲେ।

Image Courtesy of Zee News

ବିମାନରେ ଥିବା ୧୦୫ଜଣ ଯାତ୍ରୀ ଓ କ୍ୟାବିନ୍‌ କ୍ରୁ’ମାନେ ନିରାପଦ ଅଛନ୍ତି ବୋଲି ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସର ଜଣେ ମୁଖପାତ୍ର କହିଛନ୍ତି। ସମସ୍ତ ଯାତ୍ରୀଙ୍କ କଥା ବୁଝାଯାଉଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଯାତ୍ରୀମାନଙ୍କୁ ନେଇ ଯିବା ପାଇଁ ଏୟାର୍‌ଲାଇନ୍‌ ଆଉ ଗୋଟାଏ ବିମାନ ବନ୍ଦୋବସ୍ତ କରୁଥିଲା। ଅପରାହ୍ଣ ପ୍ରାୟ ୧ଟା ବେଳେ ଉକ୍ତ ବିମାନଟି ଉଡ଼ାଣ ଆରମ୍ଭ କରିବ ବ‌ୋଲି ଆଶା କରାଯାଉଥିଲା।

ସମ୍ବନ୍ଧିତ ଖବର