ନୂଆଦିଲ୍ଲୀ: ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସ୍ୱାଧୀନତ୍ତୋର ସମୟରେ ତାଙ୍କ ସରକାର ବି ଆର୍ ଆମ୍ବେଦକରଙ୍କୁ ସବୁଠୁ ଅଧିକ ସମ୍ମାନ ଦେଇଛି। ଏସି/ଏସ୍ଟି ପ୍ରିଭେନ୍ସନ୍ ଅଫ୍ ଏଟ୍ରୋସିଟିଜ୍ ଆକ୍ଟ୍ରେ ସଂଶୋଧନ ପାଇଁ ସୁପ୍ରିମ୍ କୋର୍ଟ ନିର୍ଦେଶ ଦେବା ପରେ ସରକାର ବିରୋଧି ଦଳର ତୀବ୍ର ସମାଲୋଚନା ଶିକାର ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନିରବତା ଭଙ୍ଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନବନିର୍ବାଚିତ ସାଂସଦମାନଙ୍କ ପାଇଁ େଓ୍ଵଷ୍ଟର୍ଣ୍ଣ କୋର୍ଟଠାରେ ଟ୍ରାନ୍ଜିଟ୍ ଆକମୋଡେସନ୍ ଉଦ୍ଘାନଟ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଲେ: ଆମ ସରକାରଙ୍କ ଭଳି ବୋଧହୁଏ ଅନ୍ୟ କୌଣସି ସରକାର ବାବାସାହେବଙ୍କୁ ସମ୍ମାନ ପ୍ରଦର୍ଶନ କରି ନାହାନ୍ତି। ତାଙ୍କୁ ରାଜନୀତିକୁ ଟାଣିବା ପରିବର୍ତ୍ତେ ଆମେ ସଭିଏଁ ସେ ଦର୍ଶାଇ ଥିବା ମାର୍ଗରେ ଆମେ ସମସ୍ତେ ଚାଲିବା ଉଚିତ…।
ମୋଦି ଘୋଷଣା କରିଛନ୍ତି ଯେ ଏପ୍ରିଲ୍ ୧୪ ତାରିଖ ଦିନ ଆମ୍ବେଦକରଙ୍କ ଜୟନ୍ତୀ ଅବକାଶରେ ସେ ‘ଆମ୍ବେଦକର ନେସ୍ନାଲ୍ ମେମୋରିଆଲ୍’ ଉଦ୍ଘାଟନ କରିବେ। ଡିସେମ୍ବର ୨୦୧୭ରେ ଜନପଥ ଠାରେ ‘ଆମ୍ବେଦକର ଇଣ୍ଟର୍ନେସ୍ନାଲ୍ ସେଣ୍ଟର୍’ ଉଦ୍ଘାଟନ କଥା କହିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ତାଙ୍କ ସରକାର ‘ସବ୍କା ସାଥ୍ ସବ୍କା ବିକାଶ’ ପ୍ରତି ପ୍ରତିବଦ୍ଧ।