ପୁଣି ପାକିସ୍ତାନରୁ ଆସିଲା ନବଜୋତ୍‌ ସିଂହ ସିଦ୍ଧୁଙ୍କ ପାଖକୁ ନିମନ୍ତ୍ରଣ; କର୍ତାରପୁର ପୁର କରିଡର ନିର୍ମାଣ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କଲେ ଆମନ୍ତ୍ରଣ

ଗୁରୁଦାସପୁର (ପଞ୍ଜାବ): ପୁଣି ପାକିସ୍ତାନରୁ ଆଛି କ୍ରିକେଟିୟରରୁ ରାଜନେତା ପାଲଟିଥିବା ନବଜୋତ୍‌ ସିଂହ ସିଦ୍ଧୁଙ୍କ ପାଇଁ ନିମନ୍ତ୍ରଣ। ପାକିସ୍ତାନ ସୀମା ଭିତରେ ନିର୍ମାଣ ହେବାକୁ ଥିବା କର୍ତାରପୁର କରିଡରର କାର୍ଯ୍ୟ ଶୁଭାରମ୍ଭ ଉପଲକ୍ଷେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନୋବଜୋତ ସିଂହ ସିଦ୍ଧୁଙ୍କ ନିକଟକୁ ନିମନ୍ତ୍ରଣ ପଠାଇଥିବା ଜାଣିବାକୁ ମିଳିଛି।

ଆସନ୍ତା ବର୍ଷ ଶିଖ୍‌ ଧର୍ମଗୁରୁ ନାନକ୍‌ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀ ପାଳିତ ହେବାକୁ ଥିବାବେଳେ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଭାରତ- ପାକ୍‌ ଆନ୍ତର୍ଜାତିକ ସୀମା ମଧ୍ୟ ଦେଇ କର୍ତାରପୁର କରିଡର ନିର୍ମାଣ ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଛନ୍ତି। ଉଲ୍ଳେଖଯୋଗ୍ୟ, ଶିଖ୍‌ ଧର୍ମଗୁରୁ ନାନକ୍‌ ଦେବ ତାଙ୍କ ଜୀବଦ୍ଦଶାର ଶେଷ କିଛି ବର୍ଷ ଖର୍ତାରପୁର ଗୁରୁଦ୍ୱାରାରେ ବିତାଇଥିଲେ। କର୍ତାରପୁର ଗୁରୁଦ୍ୱାରା ଶିଖ୍‌ମାନଙ୍କର ଏକ ପ୍ରମୁଖ ତୀର୍ଥସ୍ଥଳ। ପଞ୍ଜାବର ଗୁରୁଦାସପୁର ଠାରୁ ମାତ୍ର ୬ କିଲୋମିଟର ଦୂରରେ ପାକିସ୍ତାନ ସୀମା ମଧ୍ୟରେ ଅବସ୍ଥିତ କର୍ତାରପୁର ଗୁରୁଦ୍ୱାରା। ସେଥିପାଇଁ ଭାରତୀୟ ସୀମା ମଧ୍ୟରେ ଥିବା ଡେରା ବାବା ନାନକ ଠାରୁ କର୍ତାରପୁର ପର୍ଯ୍ୟନ୍ତ ଏକ କରିଡର ନିର୍ମାଣ ପାଇଁ ଉଭୟ ଦେଶ ଗତ ୨୨ ତାରିଖରେ ରାଜି ହେବା ପରେ ଆସନ୍ତା ୨୬ ଦିନ ଗୁରୁଦାସପୁର ଠାରୁ ଆରମ୍ଭ ହେବାକୁ ଥିବା କରିଡର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂହ ମିଳିତ ଭାବେ କରିବେ।

ସେହିପରି ପାକିସ୍ତାନ ସୀମା ମଧ୍ୟରେ କର୍ତାରପୁର ଠାରୁ ଆରମ୍ଭ ହେବାକୁ ଥିବା କରିଡର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ୨୮ ତାରଖରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କରିବେ। ଏହି କାର୍ଯ୍ୟକ୍ରମ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନୋବଜୋତ ସିଂହ ସିଦ୍ଧୁଙ୍କ ନିକଟକୁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଇଥିବା ଜାଣିବାକୁ ମିଳିଛି।

 

ସମ୍ବନ୍ଧିତ ଖବର