ଚୀନ୍‌ ‘ରାଜୀବ ଗାନ୍ଧି ଫାଉଣ୍ଡେସନ’କୁ କାହିଁକି ଅର୍ଥ ଦେଉଥିଲା?

ସୋନିଆଙ୍କୁ ଘେରିଲେ ନଡ୍ଡା

ନୂଆଦିଲ୍ଲୀ: ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି। ଏହି ଅବସରରେ ନଡ୍ଡା ସୋନିଆଙ୍କୁ ବିଭିନ୍ନ ମାମଲାରେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଚୀନ୍‌ ପ୍ରସଙ୍ଗ ଏବଂ କରୋନା ମାମଲାକୁ ଆଳ କରି ମୂଳ ପ୍ରଶ୍ନକୁ ଏଡ଼ାଇ ଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଚୀନ୍‌ଠାରୁ ରାଜୀବ ଗାନ୍ଧି ଫାଉଣ୍ଡେସନ ବିପୁଳ ଅର୍ଥ ଚାନ୍ଦା ଆକାରରେ କାହିଁକି ନେଉଥିଲା ଏବଂ ଚୀନ୍‌ ଏହି ଅର୍ଥ କାହିଁକି ଦେଉଥିଲା ବୋଲି ନଡ୍ଡା ସୋନିଆଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଦେଶର ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନେଇଛି ସେ ସଂପର୍କରେ ୧୩୦ କୋଟି ଦେଶବାସୀ ଜାଣିବାକୁ ଚାହୁଛନ୍ତି ବୋଲି ନଡ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର