ନଭଜୋତ ସିଂହ ସିନ୍ଧୁଙ୍କ ପୁଅ ପଞ୍ଜାବ ସରକାରରେ ହେଲେ ଆସିଷ୍ଟାଣ୍ଟ ଆଡିସିନାଲ ଆଡଭୋକେଟ୍‌ ଜେନେରାଲ

ଚଣ୍ଡିଗଡ଼: ପୂର୍ବତନ ଭାରତୀୟ କ୍ରିକେଟର ଓ ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ନଭଜୋତ ସିଂହ ସିନ୍ଧୁଙ୍କୁ ରାଜ୍ୟ ସରକାର ନୂଆ ଉପହାର ଦେଇଛନ୍ତି। ତାଙ୍କ ପୁଅ କରଣଙ୍କୁ ପଞ୍ଜାବ ସରକାରରେ ଆସିଷ୍ଟାଣ୍ଟ ଆଡିସିନାଲ ଆଡଭୋକେଟ୍‌ ଜେନେରାଲ ପଦରେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସିନ୍ଧୁଙ୍କ ପତ୍ନୀ ନଭଜୋତ କୌରଙ୍କୁ ପଞ୍ଜାବ େଓ୍ଵର୍‌ହାଉସିଙ୍ଗ କର୍ପୋରେସନର ଚେୟାରପର୍ସନ ଭାବରେ ନିଯୁକ୍ତି ମିଳିଥିଲା।

ପଞ୍ଜାବ ସରକାର ଗୁରୁବାର ୩ ଜଣ ଆଡିସିନାଲ ଆଡଭୋକେଟ ଜେନେରାଲ, ୧୪ ଜଣ ଆସିଷ୍ଟାଣ୍ଟ ଆଡିସିନାଲ ଆଡଭୋକେଟ ଜେନେରାଲ ଓ ୧୧ ଜଣ ଡେପୁଟି ଆଡଭୋକେଟ ପଦରେ ନିଯୁକ୍ତି ଦେଇଛନ୍ତି। ଏଥିରେ ନଭଜୋତ ସିଂହ ସିନ୍ଧୁଙ୍କ ପୁଅ କରଣ ସିନ୍ଧୁଙ୍କୁ ଆସିଷ୍ଟାଣ୍ଟ ଆଡିସିନାଲ ଆଡଭୋକେଟ୍‌ ଜେନେରାଲ ପଦରେ ନିଯୁକ୍ତି କରାଯାଇଛି।

କୁହାଯାଉଛି ଯେ, ରୋଡରୋଜ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ନଭଜୋତ ସିଂହ ସିନ୍ଧୁଙ୍କୁ ଗାନ୍ଧି ପରିବାର ସହିତ ସମ୍ପର୍କ ଘନିଷ୍ଠତା ବଢ଼ିବା ପରେ ତାଙ୍କୁ କ୍ରମାଗତ ଭାବରେ ଲାଭ ମିଳୁଛି। ଏହି ମାମଲାରେ ପଞ୍ଜାବ ସରକାର ସମସ୍ତ ମନ୍ତ୍ରୀଙ୍କୁ ନିରବ ରହିବାକୁ ପରାମର୍ଶ ଦେଇଛି।

ସିନ୍ଧୁଙ୍କ ପୁଅଙ୍କ ନିଯୁକ୍ତି ନେଇ ପଞ୍ଜାବ ସରକାରଙ୍କ ଆଡଭୋକେଟ ଜେନେରାଲ ଅତୁଲ ନନ୍ଦାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ରାଗି ଯାଇଥିଲେ। ସେ କହିଥିଲେ, କ’ଣ ବିରୋଧୀ ଦଳ ଆଇନଜୀବୀ ନେଇ ଆସିବେ। ଆଡଭୋକେଟ ଜେନେରାଲ କାହାକୁ ନିଯୁକ୍ତି କରାଯିବା, ଏହା ଆମର ଅଧିକାର।

ସମ୍ବନ୍ଧିତ ଖବର