ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପିକା ନୀଲମ୍‌ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପିକା ନୀଲମ୍‌ ଶର୍ମାଙ୍କ ଶନିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଦୂରଦର୍ଶନ ନିଜର ଅଧିକାରିକ ଟୁଇଟର ହ୍ୟାଣ୍ଡେଲସ୍‌ ଜରିଆରେ ଏହାର ସୂଚନା ଦେଇଛି।

ନୀଲମ୍‌ ଦୂରଦର୍ଶନର ଏକ ଜଣାଶୁଣା ଚେହେରା ଥିଲେ। ନୀଲମ୍‌ଙ୍କ ପରଲୋକକୁ ନେଇ ଦୂରଦର୍ଶନ ଶୋକ ପ୍ରକାଶ କରିଛି। କୁହାଯାଉଛି କି, ନୀଲମ କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ଆଜି ସନ୍ଧ୍ୟାରେ ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ସେ ଦୂରଦର୍ଶନ ସହିତ ଜଡ଼ିତ ଥିଲେ। ଏଥିସହିତ ସେ ଅନେକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ତିଆରି କରିଥିଲେ। ନୀଲମଙ୍କୁ ୨୦୧୮ ମାର୍ଚ୍ଚରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନୀଲମ ୨୦ବର୍ଷର କ୍ୟାରିୟର ମଧ୍ୟରେ ‘ତେଜସ୍ୱିନୀ’ରୁ ନେଇ ‘ବଡି ଚର୍ଚ୍ଚା’ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର