ନେପାଳ ପ୍ରସ୍ତୁତ କଲା ନକ୍ସା, ଭାରତର ତିନିଟି ସ୍ଥାନକୁ କଲା ସାମିଲ

କାଠମାଣ୍ଡୁ: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ। ନୂତନ ରାଜନୈତିକ ମାନଚିତ୍ର ସଂପର୍କରେ ନେପାଳ ସରକାର ଏହାର ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ନେପାଳର ଆଇନ ମନ୍ତ୍ରୀ ଶିବମୟା ତୁମ୍ବାହାମ୍ପେ ନୂତନ ମାନଚିତ୍ର ସମ୍ବନ୍ଧରେ ସଂସଦରେ ଏକ ବିଲ୍ ଆଗତ କରିଛନ୍ତି। ନେପାଳର ଏହି ନୂତନ ମାନଚିତ୍ରରେ ଭାରତର କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ଅନ୍ତର୍ଭୁକ୍ତ କରାଯାଇଛି। ଗତ କିଛି ଦିନ ହେବ ନେପାଳ ସହିତ ଭାରତର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଯଦିଓ ନେପାଳ ଭାରତର ଏକ ପୁରୁଣା ବନ୍ଧୁ | ନେପାଳର ମାନଚିତ୍ରକୁ ବଦଳାଇବା ପାଇଁ ସମ୍ବିଧାନ ସଂଶୋଧନକୁ ନେପାଳ କଂଗ୍ରେସ ସମର୍ଥନ କରୁଛି। ଲିପୁଲେଖ ବିବାଦୀୟ ଅଞ୍ଚଳ ସହ ଲିମପିୟାଧୁରା ଏବଂ କାଲାପାନି ନିଜ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିବାକୁ ନେପାଳ ସରକାର ଚାହୁଁଛନ୍ତି। ନେପାଳର ମାନଚିତ୍ର ପରିବର୍ତ୍ତନ କରିବାକୁ ଏହି ପଦକ୍ଷେପ ନିଆଯାଉଛି।

photo-republica

ଏଠାରେ ସୂଚନା ଥାଉ କି ଯେତେବେଳେ ନେପାଳ ଏହାର ନୂତନ ରାଜନୈତିକ ମାନଚିତ୍ରରେ ଭାରତୀୟ ଅଞ୍ଚଳକୁ ନିଜର ଅଂଶ ଭାବରେ ଘୋଷଣା କଲା, ସେତେବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ ନେପାଳ ଭାରତର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ। ୮ ମଇରେ ଭାରତ ଉତ୍ତରାଖଣ୍ଡର ଲିପୁଲେଖରୁ କୈଳାଶ ମାନସରୋବରକୁ ଏକ ରାସ୍ତା ଉଦଘାଟନ କରିଥିଲା। ଏ ସମ୍ପର୍କରେ ନେପାଳ ପକ୍ଷରୁ ଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାସ୍ତା ଉଦଘାଟନ ପରେ ହିଁ ନେପାଳ ସରକାର ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର