ନୂତନ କରୋନାଭାଇରସ ଷ୍ଟ୍ରେନକୁ ନେଇ ଆତଙ୍କ: ଡିସେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କଲେ ବ୍ରିଟେନ ସରକାର

ନୂଆଦିଲ୍ଲୀ: କରୋନାର କେତେ ରୂପ ଓ କେତେ ପ୍ରକାର ? ଏହା ଏବେ ଏକ ବିରାଟ ପ୍ରଶ୍ନବାଚୀ? ବିଶ୍ୱରେ କରୋନା ରୋଗ ଯେତେ ପୁରୁଣା ହେଉଛି କରୋନାର ବିଭିନ୍ନ ରୂପ ବା ପ୍ରକାର ବୈଜ୍ଞାନିକମାନେ ଆବିଷ୍କାର କରୁଛନ୍ତି। ଏବେ ଲଣ୍ଡନ ଓ ଏହାର ଆଖ ପାଖ ଆଞ୍ଚଳରେ ଏକ ନୂଆ ପ୍ରକାର ଭେଦର କରୋନା ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ଏହା ବ୍ରିଟେନ୍ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଡିସେମ୍ବର ୩୦ ତାରିଖ ଯାଏ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି । ଏହା ସହ ଖ୍ରୀଷ୍ଟମାସ ସମୟରେ ଭିଡ, କେଳାହଳକୁ ଦୃଷ୍ଟିରେ ରଖି ପୂର୍ବରୁ କୋହଳ କରାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ପୁଣି ଥରେ ଲଗାଇ ଦିଆଯାଇଛି ।

Boris Johnson tightens UK lockdown, citing fast-spreading version of virus
indianexpress

ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି କି ଏବେ ଦେଖା ଦେଇଥିବା ନୂଆ ପ୍ରକାରର ଭୂତାଣୁ ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ । ଏହାସହ ନୂତନ କରୋନା ଭୂତାଣୁ ପୁରୁଣା ଭୂତାଣୁ ଠାରୁ କେତେ କମ୍ ବା ଅଧିକ ମାରାତ୍ମକ ତା ଉପରେ ଗବେଷଣା ଚାଲିଥିବା ବେଳେ ଏହା ଉପରେ ଟିକା କେତେ ପରିମାଣର ପ୍ରଭାବଶାଳୀ ହେବ ତାହା ଉପରେ ବି ବୈଜ୍ଞାନିକମାନେ ଅନୁଧ୍ୟାନ କରୁଛନ୍ତି । ଏହି ନୂତନ ପ୍ରକାର କରୋନା ଭୂତାଣୁ ବାବଦରେ ଆମ ପାଖରେ ସଠିକ୍ ତଥ୍ୟ ନଥିବାରୁ ଏହାକୁ ନେଇ ଯଥେଷ୍ଟ ସତର୍କତାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଲଣ୍ଡନରେ ପୂର୍ବରୁ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ସମୟରେ ସରକାର କଠୋର ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଗତକାଲି ଜାରି ହୋଇଥିବା ପ୍ରତିବନ୍ଧକ ଆଜି ସକାଳଠାରୁ ଡିସେମ୍ବର ୩୦ ତାରିଖ ଯାଏ ବଳବତ୍ତର ରହିବ । ଡିସେମ୍ବର ୩୦ ପରେ ସଂକ୍ରମଣର ସ୍ଥିତିକୁ ଦେଖି ଏହା ଉପରେ ପୁନଃ ବିଚାର କରାଯିବ ବୋଲି ବୋରିସ ଜନସନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର