ଚୀନ୍‌ରେ ଭୟ ବଢ଼ାଇଲା ନୂଆ ଭାଇରସ୍‌ ‘ଲାଙ୍ଗ୍ୟା’

ବେଜିଂ : କ‌ରୋନା ମହାମାରୀର ମୂଳୋତ୍ପାଟନ ହୋଇନଥିବାବେଳେ ମଙ୍କିପକ୍ସ ବିଶ୍ବବ୍ୟାପୀ ଭୟ ବଢ଼ାଇଥିଲା। ଇତି ମଧ୍ୟରେ ଚୀନ୍‌ରେ ପୁଣି ଏକ ନୂଆ ଭାଇରସ୍‌ ‘ଲାଙ୍ଗ୍ୟା’ ଚିହ୍ନଟ ହୋଇଛି। ପୂର୍ବ ଚୀନ୍‌ର ହେନାନ ଏବଂ ଶାଙ୍ଗଡଙ୍ଗ ପ୍ରଦେଶରେ ୩୫ରୁ ଅଧିକ ଲୋକ ‘ଲାଙ୍ଗ୍ୟା ’ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଗଳାରୁ ନମୁନା ନେଇ ଏହି ଭାଇରସ ଚିହ୍ନଟ କରାଯାଉଛି। ସଂକ୍ରମଣ ଭୟଙ୍କର ରୂପ ନେଲେ ଏହା ଜୀବନ ନେଇଯିବ। କିନ୍ତୁ ବର୍ତ୍ତମାନ ଲାଙ୍ଗ୍ୟା ଭାଇରସ୍‌ ଯୋଗୁଁ କୌଣସି ଜଣଙ୍କର ମୃତ୍ୟୁ ହୋଇନି। ଲାଙ୍ଗ୍ୟା ଭାଇରସ୍‌ ଚିକିତ୍ସା ପାଇଁ ବର୍ତ୍ତମାନ କୌଣସି ଔଷଧ ଉପଲବ୍ଧ ନାହିଁ। ତେବେ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ପ୍ରଥମ ଥର ପାଇଁ ଲାଙ୍ଗ୍ୟା ଭାଇରସ ଚିହ୍ନଟ ହୋଇଥିଲା।

ସମ୍ବନ୍ଧିତ ଖବର