ଟେରର ଫଣ୍ଡିଙ୍ଗ ଅଭିଯୋଗରେ ଜାମ୍ମୁକାଶ୍ମୀରରେ ୪୫ରୁ ଅଧିକ ସ୍ଥାନରେ ଚଢ଼ାଉ କଲା ଏନଆଇଏ

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ସୂଚନା ପାଇବା ପରେ ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଢ଼ାଉ କରିଛି । ସୂଚନାନୁସାରେ, ରାଜ୍ୟର ୪୫ରୁ ଅଧିକ ସ୍ଥାନରେ ଏନଆଇଏ ଚଢ଼ାଉ ଜାରି ରଖିଛି । ଜମ୍ମୁକାଶ୍ମୀରର ଶ୍ରୀନଗର, ଗାଣ୍ଡରବାଲ, ଆଖବାଲ, ଶୋପିଆନ୍, ବାନ୍ଦୀପୋରା, ରାମବନ, ଡୋଡା, କିଶତବାଡ଼, ରାଜୋରୀ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଚଢ଼ାଉ ଜାରି ରହିଛି |

ଚଢ଼ାଉ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ ସେଥିପାଇଁ, ଏନଆଇଏ ଜାମ୍ମୁକାଶ୍ମୀର ପୁଲିସ ଏବଂ ସିଆରପିଏଫର ସହଯୋଗ ନେଇଛି | ଏନଆଇଏ ମୁଖ୍ୟତଃ ଜାମାତ-ଏ-ଇସଲାମି ସଂଗଠନର ସଦସ୍ୟଙ୍କ ଘରେ ଚଢ଼ାଉ କରିଛି |

୨୦୧୯ ମସିହାରେ କେନ୍ଦ୍ର ସରକାର ଜମାତ-ଏ-ଇସଲାମି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସୂଚନା ଥାଉ କି ଗତ ଜୁଲାଇ ମାସରେ ଟେରର ଫଣ୍ଡିଙ୍ଗ ମାମଲାରେ ଏନଆଇଏ ଟିମ୍ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଦୁଇଟି ସ୍ଥାନରେ ଚଢ଼ାଉ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର