ଆଇଏନ୍‌ଏସ୍‌ ବିକ୍ରାନ୍ତରୁ ହାର୍ଡଡିସ୍କ ଚୋରି ଘଟଣାର ତଦନ୍ତ କରିବ ଏନଆଇଏ

କୋଚି: କେରଳର କୋଚି ସିପ୍‌ୟାର୍ଡରେ ଥିବା ପ୍ରଥମ ସ୍ୱଦେଶୀ ଯୁଦ୍ଧଜାହାଜ ବିକ୍ରାନ୍ତରେ ଲାଗିଥିବା କମ୍ପ୍ୟୁଟର୍‌ରେ ୪ଟି ହାର୍ଡଡିସ୍କ ଚୋରି ହେବା ପରେ ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ନିଜର ଚିନ୍ତା ପ୍ରକଟ କରିଥିଲେ। ଏବେ ଏହି ଚୋରି ମାମଲାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ନିର୍ମାଣାଧୀନ ଅବସ୍ଥାରେ ଥିବା ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଲାଗିଥିବା ୪ଟି ହାର୍ଡଡିସ୍କ ଚୋରି ହେବା ପରେ ଏହାର ତଦନ୍ତ କରିବା ପାଇଁ କେରଳ ପୁଲିସ୍‌ ଡିଜି ଲୋକନାଥ ବେହେରାଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏବେ ସେହି ମାମଲାର ତଦନ୍ତ ଭାର ଏନ୍‌ଆଇଏ ହାତକୁ ନେଇଛି ବୋଲି ଜାଣିବାକୁ ମିଳିଛି।

The Week

ଉଲ୍ଳେଖଯୋଗ୍ୟ, ଗତ ୧୮ ତାରିଖରେ ଦେଶର ଅନ୍ୟତମ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଉଥିବା କେରଳର କୋଚି ସିପୟାର୍ଡରୁ ଏପରି ଚୋରି ହେବା ଘଟଣାକୁ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ଧରଣର ତ୍ରୁଟି ବୋଲି କୁହାଯାଉଛି। ୨୦୨୧ରେ ଭାରତୀୟ ନୌସେନାରେ ସାମିଲ୍‌ ହେବାକୁ ଯାଉଥିବା ଆଇଏନ୍‌ଏସ୍‌ ବିକ୍ରାନ୍ତର ନବୀକରଣ କରାଯାଇ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜା ଯାଉଛି।

ସମ୍ବନ୍ଧିତ ଖବର