ନାଇଜେରିଆ ମସ୍‌ଜିଦ୍‌ରେ ବିସ୍ଫୋରଣ, ୫୦ ମୃତ

କାନୋ(ନାଇଜେରିଆ): ମଙ୍ଗଳବାର ଉତ୍ତର ପଶ୍ଚିମ ନାଇଜେରିଆରେ ଏକ ମସ୍‌ଜିଦ୍‌ରେ ଆତ୍ମଘାତୀ ହମ୍‌ଲା ହୋଇଛି। ଏଥିରେ ଅତି କମ୍‌ରୁ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମିଳିଥିବା ଖବର ମୁତାବକ, ନାଇଜେରିଆର ମୁବି ପ୍ରଦେଶର ଉଙ୍ଗୁଓ୍ଵାରସୁଆ ଅଞ୍ଚଳ ସ୍ଥିତ ମଦିନା ମସ୍‌ଜିଦରେ ସକାଳେ ପ୍ରାର୍ଥନା ଚାଲୁଥିବା ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିସ୍ଫୋରଣକାରୀ ଲୁଚି ରହିଥିବାରୁ ଏହାର ସୁରାକ୍‌ କେହି ପାଇପାରି ନଥିଲେ। ଏହି ଘଟଣାରେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ସେଠାରେ ସକ୍ରିୟ ଥିବା ବୋକୋ ହାରାମ ଆତଙ୍କୀ ସଂଗଠନ ଉପରକୁ ପୁଲିସ୍‌ ଆଙ୍ଗୁଠି ଉଠାଇଛି। ସୂଚନା ଥାଉ କି, ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ନିଜସ୍ୱ ସଂଗଠନ ବୋକୋ ହାରାମ ୨୦୧୪ ମସିହାରେ ମୁବି ପ୍ରଦେଶରେ ପଶି ଆସି ମୃତ୍ୟୁର ତାଣ୍ଡବଲୀଳା ରଚିିଥିଲା ।

ସମ୍ବନ୍ଧିତ ଖବର