ମହାରାଷ୍ଟ୍ର‌ରେ କରୋନା ସଂକ୍ରମଣ ବୃଦ୍ଧି ପରେ ପର୍ଭାନି ଓ ଅକୋଲାରେ ସଂପୂର୍ଣ୍ଣ ଲକଡାଉନ୍, ପୁଣେରେ ନାଇଟ୍ କର୍ଫ୍ୟୁ

ପୁଣେ: ମହାରାଷ୍ଟ୍ର ବର୍ତ୍ତମାନ ଦେଶର କରୋନା ହଟସ୍ପଟ୍ ପାଲଟିଛି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରିବା ଆରମ୍ଭ କରିଛନ୍ତି। ନାଗପୁର ପରେ ମହାରାଷ୍ଟ୍ର ସରକାର ପର୍ଭାନି ଜିଲ୍ଳାରେ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି। ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ମଧ୍ୟରାତ୍ରିରୁ ସକାଳ ୬ଟା ପର୍ଯ୍ୟନ୍ତ ପୂରା ଅଞ୍ଚଳକୁ ସଟଡାଉନ୍ କରାଯିବ ବୋଲି  ଶୁକ୍ରବାର କ୍ୟାବି‌ନେଟ୍ ମନ୍ତ୍ରୀ ନୱାବ ମାଲିକ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ନାଗପୁରରେ ଏକ କଡ଼ା ଲକ୍‌ଡାଉନ୍‌ ଲାଗୁ ହେବା କଥା ଘୋଷଣା ହୋଇଛି। ମାର୍ଚ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଭିତରେ ରହିବ  ନାଗପୁର।

ସେହିପରି ମହାମାରୀ କରୋନାକୁ‌ ଆୟତ୍ତ କରିବା ପାଇଁ ପୁଣେରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ସେଠାରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି  ସରକାର। ଏହି ସମୟରେ ହୋଟେଲ୍‌ ଓ ବାରଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ସହରର ସମସ୍ତ ସ୍କୁଲ୍‌, କଲେଜ୍‌ ବନ୍ଦ ମଧ୍ୟ ରହିବ ବୋଲି ସୂଚନା ରହିଛି। ମଲ୍‌ ଓ ଥିଏଟର୍‌ ଆଦି ରାତି ୧୦ଟା ସୁଦ୍ଧା ବନ୍ଦ ହେବାକୁ ଥିବା ବେଳେ ପାର୍କଗୁଡ଼ିକ ସଂଧ୍ୟାରେ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

www.indiatoday.in

ସେହିପରି ଅକୋଲା ପ୍ରଶାସନ ଶୁକ୍ରବାର ସଂଧ୍ୟାରୁ ଲକ୍‌ଡାଉନ୍‌ ଘୋଷଣା କରିଛି। ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୮ଟା ପର୍ଯ୍ୟନ୍ତ ଅକୋଲାରେ ଲକ୍‌ଡାଉନ୍‌‌ ହେବ ବୋଲି ସୂଚନା ରହିଛି।

ଗୁରୁବାର ଦିନ ମହାରାଷ୍ଟ୍ରରେ ୧୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ୨୦୨୧ ମସିହାର ରେକର୍ଡ ସୃଷ୍ଟି କରିଛି। ଏବେ ବି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ରରେ ଦିନକୁ ଦନ ଆକ୍ରାନ୍ତ ସଂଖ୍ୟା ବଢ଼ି ବଢ଼ି ଚାଲୁଥିବା ବେଳେ କେହି କେହି ଏହାର କାରଣ ଗ୍ରାମ ପଞ୍ଚାୟନ ନିର୍ବାଚନ କହୁଥିବା ‌ବେଳେ କେହି କେହି ସ୍ଥାନୀୟ ରେଳ ସେବାକୁ ଦୋଷ ଦେଇଛନ୍ତି।

ସମ୍ବନ୍ଧିତ ଖବର