କେନ୍ଦ୍ର ମନ୍ତ୍ରିମଣ୍ଡଳର ମହିଳା ସଦସ୍ୟଙ୍କ ପାଇଁ ନିର୍ମଳାଙ୍କ ହାଇ-ଟି ଆୟୋଜନ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ମହିଳା‌ ମନ୍ତ୍ରୀଙ୍କ ପାଇଁ ତାଙ୍କ ବାସଭବନରେ ହାଇ-ଟି ଆୟୋଜନ କରିଥିଲେ। ମହିଳା ମନ୍ତ୍ରୀମାନଙ୍କ ସହ ନିର୍ମଳା ଆଜି କିଛି ସମୟ ଅତିବାହିତ କରିବା ଏବଂ ସେମାନଙ୍କ ଆଗାମୀ ପଦକ୍ଷେପ ସଂପର୍କରେ ଆଲୋଚନା କରିବା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ବାସଭବନରେ ମନ୍ତ୍ରୀ ସ୍ମୃତି ଇରାନୀ, ମିନାକ୍ଷୀ ଲେଖି, ସାଧ୍ବୀ ନିରଂଜନ ଜ୍ୟୋତି, ଅନୁପ୍ରିୟା ପ‌ଟେଲ୍‌, ରେଣୁକା ସିଂହ, ଅନ୍ନପୂର୍ଣ୍ଣ ଦେବୀ, ପ୍ରତିମା ଭୌମିକ, ଭାରତୀ ପାୱାର, ଶୋଭା କରନ୍ଦଲାଜେ, ଦର୍ଶନ ଜରଦୋସ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସଂପ୍ରସାରଣ ପରେ ମନ୍ତ୍ରିମଣ୍ଡଳରେ ଏବେ ୧୧ ମହିଳା ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ସମ୍ପ୍ରସାରଣରେ ୭ ମହିଳା ମନ୍ତ୍ରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର