ଅହମଦାବାଦରେ ହେବନି ରଥଯାତ୍ରା, ଗୁଜରାଟ ହାଇକୋର୍ଟ ଜାରି କଲେ ସ୍ଥଗିତାଦେଶ

ଅହମଦାବାଦ: ଶନିବାର ଗୁଜରାଟ ହାଇକୋର୍ଟ କରୋନାଭାଇରସ୍ ସଂକ୍ରମଣର ଭୟାବହତାକୁ ବିଚାରକୁ ନେଇ ପ୍ରତିବର୍ଷ ଅହମଦାବାଦରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଗୁଜରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କୁ ନେଇ ଗଠିତ ଏକ ଡିଭିଜନ ବେଞ୍ଚ ଜଗନ୍ନାଥଙ୍କ ରଥଯାତ୍ରା ସହ ଜଡିତ ସମସ୍ତ ଧର୍ମନିରପେକ୍ଷ ତଥା ଧାର୍ମିକ କାର୍ଯ୍ୟକଳାପକୁ ସ୍ଥଗିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅହମଦାବାଦରେ ପ୍ରାୟ ୧୮ କିଲୋମିଟର ଦୀର୍ଘ ରାସ୍ତାରେ ରଥଟଣା ଯିବ  ଏବଂ ପ୍ରାୟ ୭/୮ ଲକ୍ଷ ଲୋକ ଏଥିରେ ଅଂଶଗ୍ରହଣ କରିବେ ବୋଲି ରାଜ୍ୟ ସରକାର ସୂଚନା ଦେବା ପରେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ରଥଯାତ୍ରାକୁ ସ୍ଥଗିତ ରଖିଛନ୍ତି ।

ରଥଯାତ୍ରା ନେଇ ଜଣେ ଆବେଦନକାରୀ କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏଥିସହ ସଂପ୍ରତି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବା ନେଇ ରାୟ ଦେବା ପରିପ୍ରେକ୍ଷୀରେ ଗୁଜରାଟ ହାଇକୋର୍ଟଙ୍କ ଏହି ରାୟ ଆସିଛି।

ସମ୍ବନ୍ଧିତ ଖବର