ତଟରକ୍ଷୀ ବାହିନୀର ଜାହାଜରେ ନିଆଁ: ଜୀବନ ବଞ୍ଚାଇବା ଲାଗି ସମୁଦ୍ରକୁ ଡେଇଁଲେ କ୍ର୍ୟୁ ସଦସ୍ୟ, ୨୮ ଉଦ୍ଧାର,ଜଣେ ନିଖୋଜ

ବିଶାଖାପଟନମ୍‌ : ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ ନିକଟରେ ସୋମବାର ଭାରତୀୟ ତଟରକ୍ଷୀ ବାହିନୀର ଏକ ପୋତରେ ନିଆଁ ଲାଗିଯାଇଛି । ଦିନ ୧୧ଟା ୩୦ମିନିଟ୍‌ ମଧ୍ୟରେ ସମୁଦ୍ର ଭିତରେ ଥିବା ଜାହାଜ ଜାଗୁଆରରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ନିଆଁ ବଢ଼ୁଥିବା ଦେଖି ଜାହାଜରେ ଥିବା ୨୯ଜଣ କ୍ର୍ୟୁ ସଦସ୍ୟ ସମୁଦ୍ର ମଧ୍ୟକୁ ଡେଇଁଥିଲେ ।

କିନ୍ତୁ ୨୯ଜଣଙ୍କ ମଧ୍ୟରୁ ଏବେ ୨୮ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଭାରତୀୟ ତଟରକ୍ଷୀ ବାହିନୀ । ଉଦ୍ଧାର କରାଯାଇଥିବା ୨୮ଜଣଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରାଣୀ ରଶମୋନୀକୁ ଅଣା ଯାଇଥିବା ବେଳେ ନିଖୋଜ ସଦସ୍ୟଙ୍କୁ ଖୋଜିବା ଅଭିଯାନ ଜାରି ରହିଛି । ତେବେ ଜାହାଜରେ କ’ଣ ପାଇଁ ନିଆଁ ଲାଗିଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ନିଖୋଜ ଥିବା କ୍ର୍ୟୁ ସଦସ୍ୟଙ୍କୁ ଖୋଜିବା ପାଇଁ ଆଇସିଜି ହେଲିକପ୍ଟର ମଧ୍ୟ କାମରେ ଲଗାଯାଇଥିବା ଜଣାପଡ଼ିଛି । ନିଆଁ ଲାଗିବା ସମୟର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ, ଜାହାଜରୁ କଳାଧୂଆଁ ବାହାରୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର