୨୨ ଜଣ ଭାରତୀୟ ଥିବା ତୈଳବାହୀ ଜାହାଜ ପଶ୍ଚିମ ଆଫ୍ରିକା ଅନ୍ତର୍ଗତ ସମୁଦ୍ରରେ ନିଖୋଜ

ନୂଆଦିଲ୍ଲୀ: ରବିବାର ଦିନ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି କି, ୨୨ ଜଣ ଭାରତୀୟ ଥିବା ଏକ ତୈଳବାହୀ ଜାହଜ ଗିନି ଉପସାଗର ଅନ୍ତର୍ଗତ ବେନିନ୍‌ ତଟବର୍ତ୍ତୀ ସମୁଦ୍ରରୁ ନିଖୋଜ ହୋଇ ଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଟୁଇଟ୍‌ କରି କହିଛନ୍ତି: ୨୨ ଜଣ ଭାରତୀୟ ଥିବା ମୁମ୍ବାଇସ୍ଥିତ ଆଙ୍ଗ୍‌ଲୋ-ଇଷ୍ଟର୍ଣ୍ଣ ସିପିଙ୍ଗ୍‌ କମ୍ପାନିର ମେରାଇନ୍‌ ଏକ୍ସ୍‍ପ୍ରେସ୍‌ ନାମକ ଏକ ତୈଳବାହୀ ଜାହଜ ଗିନି ଉପସାଗର ଅନ୍ତର୍ଗତ ବେନିନ୍‌ ତଟବର୍ତ୍ତୀ ସମୁଦ୍ରରୁ ନିଖୋଜ ହୋଇ ଯାଇଛି।

ସେ ସୂଚନା ଦେଇଛନ୍ତି ଯେ ନାଇଜେରିଆସ୍ଥିତ ଭାରତୀୟ କର୍ତ୍ତୃପକ୍ଷ ନିଖୋଜ ତୈଳବାହୀ ଜାହାଜର ସନ୍ଧାନ ପାଇଁ ଦେଶର ସହାୟତା ଚାହିଁଛି।
ସେ ଅନ୍ୟ ଏକ ଟୁଇଟ୍‌ରେ କହିଛନ୍ତି: ନାଇଜେରିଆରେ ଆମର ଅଭିଯାନକାରୀ ବେନିନ୍‌ ଏବଂ ନାଇଜେରିଆ କର୍ତ୍ତୃପକ୍ଷମାନଙ୍କ ସହ ଯୋଗାଯୋଗ ରଖିଛନ୍ତି। ସେ ବରାବର ପରିସ୍ଥିତି ଉପରେ ଧ୍ୟାନ ଦେଉଛନ୍ତି। ଦୂତାବାସ ତରଫରୁ ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର ( +234-9070343860) ଖୋଲା ରହିଛି।

ନାଇଜେରିଆ ଏବଂ ବେନିନ୍‌ସ୍ଥିତ ପ୍ରତିପକ୍ଷଙ୍କ ସହ ଯୋଗସୂତ୍ର ସ୍ଥାପନ କରିବାକୁ ଗ୍ୟାସ୍‌ ଏବଂ ତୈଳ ବୋଝେଇ ଥିବା ଉକ୍ତ ଟ୍ୟାଙ୍କର୍‌ ଜାହାଜରେ ମାଲିକ ମୁମ୍ବାଇସ୍ଥିତ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିପିଙ୍ଗ୍‌କୁ ଅନୁରୋଧ କରିଛନ୍ତି।

ରିପୋର୍ଟ ଅନୁସାରେ ଜାହାଜଟିକୁ ପଶ୍ଚିମ ଆଫ୍ରିକାରୁ ଅପହରଣ କରି ନି ଯାଇଥିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର