ନେପାଳରେ ଓଲି ବିରୋଧୀ ବିକ୍ଷୋଭ, ଭାରତରେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦ ଭଙ୍ଗ କରିଥିବା ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ‌ଓଲିଙ୍କ ବିରୋଧରେ ଆଜି ‌ରାଜଧାନୀ କାଠମାଣ୍ଡୁରେ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀଙ୍କୁ ‌କାଠମାଣ୍ଡୁରେ ଅଟକ ରଖାଯାଇଛି। ଅନ୍ୟପକ୍ଷରେ ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗୱାଲି ଆଜି ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ନେପାଳ-ଭାରତ ଯୁଗ୍ମ କମିସନର ଷଷ୍ଠ ପର୍ଯ୍ୟାୟ ‌ବୈଠକରେ ସେ ଯୋଗଦେବେ। ଦୁଇ ବିଦେଶମନ୍ତ୍ରୀଙ୍କ ମଧ୍ୟରେ ସୀମା ବିବାଦ ଏବଂ କୋଭିଡ-୧୯ ପରିଚାଳନାରେ ସହଯୋଗ ନେଇ ଆଲୋଚନା ‌ପାଇପାରେ। ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏଥିରେ ସାମିଲ ହେବେ। ଗତବର୍ଷ ଓଲି ନେପାଳର ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲେ। ସେଥିରେ ଭାରତର ଲିମ୍ପିୟାଧୁରା, କଳାପାଣି ଏବଂ ଲିପୁ‌ଲେଖକୁ ନେପାଳର ଅଂଶଭାବେ ଦର୍ଶାଯାଇଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହୋଇଛି। ଏହାପରେ ପ୍ରଥମ ଥର ପାଇଁ ନେପାଳର ଜଣେ ବରିଷ୍ଠ ନେତାଭାବେ ବିଦେଶ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି।

ସମ୍ବନ୍ଧିତ ଖବର