ପାକିସ୍ତାନ ସରକାର ଭାରତ ଓ ଆମେରିକାର ହାତବାରିସୀ : ହାଫିଜ ସଇଦ୍‌

ଇସ୍ଲାମାବାଦ : ପାକିସ୍ତାନରେ ଚଳିତ ମାସ ୨୪ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ପ୍ରଚାର ବେଶ ସରଗରମ ହୋଇଉଠିଛି । ମୈଦାନରେ ତ୍ରିମୁଖୀ ପ୍ରତିଯୋଗୀତା ପାକିସ୍ତାନ ପିପୁଲ୍ସ ପାର୍ଟି, ପାକିସ୍ତାନ ମୁସଲିମ ଲିଗ ଓ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ ଏ ଇନସାଫ ମଧ୍ୟରେ ହେଉଛି । କିନ୍ତୁ ଏଥର ଆଉ ଏକ ଦଳ ମୈଦାନରେ ଓହ୍ଲାଇଛି ତାହା ହେଉଛି ଆଲ୍ଲା-ହୁ ଆକବର ତେହେରିକ । ଏହା ପାକିସ୍ତାନର ଏକ ଛୋଟ ଦଳ ହେଲେ ମଧ୍ୟ ଏହି ଦଳ ଅଧିନରେ ହିଁ ନିର୍ବାଚନ ଲଢୁଛି ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ୍‌ । ତାହାର ନିଜସ୍ୱ ସଂଗଠନ ଜମାତ-ଉଲ-ଦାବାକି ଜାତିସଂଘ ନିଷିଦ୍ଧ ଘୋଷଣା କରିଥିବାରୁ ହାଫିଜ ସଇଦ ଆଲ୍ଲା-ହୁ ଆକବର ତେହେରିକ ନାମକ ରାଜନୈତିକ ଦଳ ନାଁରେ ନିର୍ବାଚନ ଲଢୁଛି । ହାଫିଜ ସଇଦ ପ୍ରାୟ ୨୬୫ ଜଣ ପ୍ରାର୍ଥୀଙ୍କୁ ଛିଡା କରିଛି । ସେମାନଙ୍କ ମଧ୍ୟରେ ତା ପୁଅ ଓ ଜ୍ୱାଇଁ ଅନ୍ତର୍ଭୁକ୍ତ । ନିର୍ବାଚନ ପ୍ରଚାର ଅବସରରେ ସେ କହିଛି ଯେ ପାକିସ୍ତାନର ସରକାର ଏବେ ଭାରତ ଓ ଆମେରିକାର ହାତବାରିସୀ ପାଲଟିଛନ୍ତି । ଆମେ ଯଦି ଆସନ୍ତା ନିର୍ବାଚନରେ ପୁଣି ଏମାନଙ୍କୁ ନିର୍ବାଚିତ କରିବା ତେବେ ଆମେ ନିଜେ ନିଜର କବର ଖୋଳିବା ଭଳି ହେବ । ସେ ଆହୁରି ମଧ୍ୟ କହିଛି ଯେ ଭାରତ ଆଫଗାନିସ୍ତାନରେ ନିଜର ସ୍ଥିତି ମଝବୁତ କରିଛି । ଆଫଗାନିସ୍ତାନରେ ବସି ପାକିସ୍ତାନକୁ କିପରି ଦୁଇଭାଗ କରାଯିବ ତାହା ଉପରେ କାମ କରୁଛି ।

ସମ୍ବନ୍ଧିତ ଖବର