ପାକିସ୍ତାନର ଆର୍ଥିକ ଅବସ୍ଥା ଅସମ୍ଭାଳ, ହଜାରେ ଟପିଲା ୧ କିଲୋ ମଟନର ଦାମ୍

କରାଚୀ: ଭାରତର ପଡୋଶୀ ଦେଶ ପାକିସ୍ତାନରେ ଏବେ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି | ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି | ଫଳ,ପରିବା,କ୍ଷୀର ମୂଲ୍ୟ ବଢ଼ି ସବୁ ରେକର୍ଡକୁ ଭାଙ୍ଗି ଦେଇଛି | ପାକିସ୍ତାନର ଜଣେ ଯୁବକ ଉମର କ୍ୟୁରେସି ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ ଏବେ ଫଳ ଓ ପରିବା ଖାଇବା ମଧ୍ୟବିତ୍ତଙ୍କ ପାଇଁ ମଧ୍ୟ ବେଶ କଠିନ ହୋଇପଡିଛି | କଦଳୀ ଡଜନ ଏଠାରେ ୧୫୦ ଟଙ୍କାରେ ପହଁଚିଥିବାବେଳେ ଲେମ୍ବୁ ଓ ସେଓ ମୂଲ୍ୟ କିଲୋ ପିଛା ୪୦୦ଟଙ୍କାରେ ପହଁଚିଛି | ସେହିପରି ମଟନର ମୂଲ୍ୟ କିଲୋ ପିଛା ୧୧୦୦ ଟଙ୍କା ଓ କ୍ଷୀର ଲିଟର ପିଛା ୧୨୦ ଟଙ୍କା ଛୁଇଁଛି |

photo-livehindustan

 

ପାକିସ୍ତାନ ସରକାର ଗତ ସପ୍ତାହରୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ୬ ଆରବ ଡଲାରର ଋଣ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି , କିନ୍ତୁ ଶୁକ୍ରବାର ପ୍ରତି ଡଲାର ତୁଳନାରେ ୧୪୮ ଟଙ୍କାରେ ପହଂଚିଛି | ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମୁତାବକ ଡଲାର ତୁଳନାରେ ପାକିସ୍ତାନ ମୂଲ୍ୟର ଏହି ସର୍ବନିମ୍ନ ମୂଲ୍ୟ ୫ ମାସ ମଧ୍ୟରେ ସର୍ବନିମ୍ନ | ଏହାସହ ଭାରତୀୟ ମୁଦ୍ରା ପାକିସ୍ତାନର ଅର୍ଥ ତୁଳନାରେ ଦୁଇଗୁଣ ଅଧିକରେ ରହିଛି | ଡଲାର ମୁକାବିଲା ତୁଳନାରେ ଭାରତୀୟ ଟଙ୍କା ୭୦ରେ ଥିବାବେଳେ ପାକିସ୍ତାନ ୧୫୦ ଟଙ୍କାରେ ପହଁଚିଯାଇଛି |

ଗତବର୍ଷ ପାକିସ୍ତାନ ମୁଦ୍ରା ପାଖାପାଖି ୨୦ ପ୍ରତିଶତ ଯାଏଁ କମିଥିଲା | ସେହିପରି ଏସିଆ ମହାଦେଶର ସବୁଠାରୁ ଖରାପ ଅର୍ଥନୀତି ପ୍ରଦର୍ଶନ କରିବାରେ ପାକିସ୍ତାନ ପହଁଚିଯାଇଛି | ଏଠାରେ ସୂଚନା ଥାଉ କି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ୧୯୮୦ ମସିହାରୁ ୧୨ ଥର ପାକିସ୍ତାନକୁ ପ୍ୟାକେଜ ଦେଇସାରିଲାଣି|

ସମ୍ବନ୍ଧିତ ଖବର