‘ଯେସାକୁ ତେସା’ ନୀତି ପାଇଁ ନୂଆଦିଲ୍ଲୀର ଧମକ ପରେ ଦୁଇ ଭାରତୀୟ କର୍ମଚାରୀଙ୍କୁ ମୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ଚାପ ପରେ ପାକିସ୍ତାନ ଦ୍ୱାରା ଗିରଫ କରାଯାଇଥିବା ଦୁଇ ଭାରତୀୟ ଉଚ୍ଚାୟୋଗ କର୍ମଚାରୀଙ୍କୁ ମୁକ୍ତ କରାଯାଇଛି । ସେମାନେ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗ ଅଫିସରେ ପହଞ୍ଚିଛନ୍ତି ।

ଏହି ଗିରଫ ଖବର ପରେ ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ପ୍ରତିବାଦ କରାଯାଇଥିଲା । ତେବେ କେତେକ ଅସର୍ଥିତ ସୁତ୍ର ଅନୁସାରେ ଭାରତ ମଧ୍ୟ ସମାନ ପଦକ୍ଷେପ ନେବ ବୋଲି ଧମକ ଦେବା ପରେ ପାକିସ୍ତାନ ସେମାନଙ୍କୁ ଛାଡ଼ିବାକୁ ରାଜି ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସାଢେ ୮ଟା ବେଳେ ଏହି ଦୁଇ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ । ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ । ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଜଣାପଡ଼ିଥିଲା ଯେ ସେମାନଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି । ଗାଡ଼ି ଦୁର୍ଘଟଣା ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା । ଏହାପରେ ଭାରତ ସରକାର ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କୁ ଡକାଇଥିଲେ ।

ସମ୍ବନ୍ଧିତ ଖବର