ପତ୍ରାଚଲ ଜମି ଦୁର୍ନୀତି: ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା

ମୁମ୍ବାଇ: ପତ୍ରାଚଲ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହା ପୂର୍ବରୁ ସେପ୍ଟେଟର ୧୯ରେ ଏକ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଦାଲତ ପତ୍ରାଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ପାଇଁ ବୃଦ୍ଧି କରିଥିଲେ। ଉପାନ୍ତ ଗୋରେଗାଓଁରେ ପତ୍ରାଚଲର ପୁନଃନିର୍ମାଣରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଅଗଷ୍ଟ ୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାଉତଙ୍କୁ ଗିରଫ କରାଯାଇଥିଲା।

ପ୍ରାରମ୍ଭରେ ଇଡି ହେପାଜତରେ ରହିବା ପରେ ଶିବସେନା ନେତାଙ୍କୁ ଅଗଷ୍ଟ ୮ରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଅଗଷ୍ଟରେ, ଏକ ସ୍‌ୱତନ୍ତ୍ର ପିଏମଏଲଏ ଅଦାଲତ ରାଉତଙ୍କ ହେପାଜତକୁ ସେପ୍ଟେଟର ୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଯାହାକୁ ପରେ ସେପ୍ଟେଟର ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଇଡି ଅଧିକାରୀମାନେ ଜୁଲାଇ ୩୧ରେ ଶିବସେନା ନେତାଙ୍କ ଘରେ ଚଢାଉ କରିଥିଲେ ଏବଂ ତାଙ୍କୁ ଅନେକ ଘଣ୍ଟା ଧରି ଅଟକ ରଖି ପଚରାଉଚରା କରିବା ପରେ ଅଗଷ୍ଟ ୧ରେ ତାଙ୍କୁ ଗିରଫ କରିଥିଲେ।

ଚଳିତ ବର୍ଷ ଜୁନ୍‌ ୨୮ରେ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ୧,୦୩୪ କୋଟି ଟଙ୍କା ପତ୍ରାଚଲ ଜମି ଦୁର୍ନୀତି ସମ୍ବନ୍ଧୀୟ ମନି ଲଣ୍ଡରିଂ ମାମଲାରେ ସମନ କରାଯାଇଥିଲା।

ଅଗଷ୍ଟ ମାସରେ ଶିବସେନା ସାଂସଦଙ୍କ ରାଉତଙ୍କ ପତ୍ନୀଙ୍କୁ ମଧ୍ୟ ପତ୍ରାଚଲ ଜମି ଦୁର୍ନୀତି ମାମଲାରେ ତଦନ୍ତର ପରିସରଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର