ଅଫଜଲ୍‌ ଗୁରୁ ଏବଂ ମକବୁଲ ବଟ୍‌ର ଦେହାବଶେଷ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ପିଡିପି ନେତା

ନୂଆଦିଲ୍ଲୀ: ଏବେ ପୁଣି ଚର୍ଚ୍ଚାରେ ସଂସଦ ଆକ୍ରମଣର ଅଭିଯୁକ୍ତ ଅଫଜଲ ଗୁରୁ । ରାଜ୍ୟସଭା ସଦସ୍ୟ ତଥା ପିଡିପି ନେତା ଅହମ୍ମଦ ମୀର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜଣାଇଛନ୍ତି କି ସଂସଦ ଆକ୍ରମଣର ଅଭିଯୁକ୍ତ ଅଫଜଲ ଗୁରୁ ଓ ବିଚ୍ଛିନ୍ନବାଦୀ ସଂଗଠନ ଜମ୍ମୁ-କାଶ୍ମୀର ଲିବରେସନ୍‌ ଫ୍ରଣ୍ଟ (ଜେକେଏଲଏଫ୍‌)ର ପ୍ରତିଷ୍ଠାତା ମକବୁଲ ବଟ୍‌ର ଦେହା ବଶେଷକୁ .ସେମାନଙ୍କ ପରିବାରକୁ ଦିଆଯାଉ। ଉଭୟଙ୍କୁ ଦିଲ୍ଲୀର ତିହାର ଜେଲ୍‌ରେ କବର ଦିଆଯାଇଥିଲା।

ବଟ୍‌ର ମୃତ୍ୟୁର ୩୫ ବର୍ଷିକୀ ଅବସରରେ ମୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଚିଠି ଲେଖିଛନ୍ତି। ୧୯୮୪ ମସିହା ଫେବୃଆରି ୧୧ ତାରିଖରେ ତିିହାର ଜେଲରେ ମକବୁଲ ବଟକୁ ଫାସୀ ଦିଆଯାଇଥିଲା। ତା’ଉପରେ ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବାର ଅଭିଯୋଗ ଥିଲା।

ଅପରପକ୍ଷରେ ଅଫଜଲ୍‌ ଗୁରୁକୁ ୨୦୧୩ ଫେବୃଆରି ୯ ତାରିଖରେ ଫାସୀ ଦିଆଯାଇଥିଲା। ପିଡିପି ନେତା ଫୟାର୍‌ ଅହମ୍ମଦ୍‌ ମୀର୍‌ ପ୍ରଧାନମନ୍ତ୍ରୀକୁ ଏହି ପ୍ରସଙ୍ଗକୁ ବିଚାର କରିବା ଲାଗି ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏଭଳି କାମରେ କିଛି ଅସୁବିଧା ନାହିଁ। ଏବେ ଦେଖିବା କଥା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗକୁ କେତେ ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧିତ ଖବର