ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟ କମିଲା

ନୂଆଦିଲ୍ଲୀ: ଗୁରୁବାର ଦିନ ଲିଟର ପିଛା ପେଟ୍ରୋଲ୍‌ ମୂଲ୍ୟ ୧୫ ପଇସା ଏବଂ ଡିଜେଲ୍‌ ମୂଲ୍ୟ ୫ ପଇସା ହ୍ରାସ ପାଇଛି। କ୍ରମାଗତ ଆଠ ଦିନ ଧରି ପେଟ୍ରୋଲ୍‌ ଦର ବଢ଼ି ଚାଲିଥିଲା।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଥିବାରୁ ଦେଶରେ ଇନ୍ଧନ ଦର କମିଛି। କିନ୍ତୁ ଆଜି ଅଶୋଧିତ ତୈଳ ବ୍ୟାରେଲ୍‌ ପିଛିା ୭୬ ଡଲାର୍‌ରେ ବିକ୍ରୟ ହେଉଛି। ଏ ବର୍ଷ ପ୍ରାରମ୍ଭରେ ବ୍ୟାରେଲ୍‌ ପିଛା ଅଶୋଧିତ ତୈଳ ଦର ଥିଲା ୮୬ ଡଲାର୍‌।

ଅଶୋଧିତ ତୈଳ ଦର ହ୍ରାସ ଯୋଗୁଁ ଡଲାର୍‌ ତୁଳନାରେ ଟଙ୍କାର ଦର ମଧ୍ୟ ବୃଦ୍ଧି ପାଇଛି। ଅକ୍ଟୋବର ପ୍ରାରମ୍ଭରେ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ୭୪ ଟଙ୍କା ଟପି ଯାଇଥିଲା।। ଆଜି ପ୍ରାରମ୍ଭିକ କାରବାର ସମୟରେ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ରହିଛି ଟ. ୭୩. ୩୧। ବୁଧବାର ଦିନ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ଥିଲା ଟ ୭୩. ୧୫।

ସମ୍ବନ୍ଧିତ ଖବର