ଶୌଚାଳୟରେ ଖାଦ୍ୟ ରଖି ଖେଳାଳିଙ୍କୁ ପରଷା ଯାଉଥିଲା; ସାହାରନପୁର ଜିଲ୍ଲା କ୍ରିଡ଼ା ଅଧିକାରୀ ନିଲମ୍ବିତ

ସାହାରନପୁର: କବାଡ଼ି ଖେଳାଳିମାନଙ୍କୁ ସ୍ଥାନୀୟ କ୍ରିଡ଼ା କମ୍ପ୍ଲେକ୍ସର ‌ଶୌଚାଳୟରେ ଖାଦ୍ୟ ରଖି ପରଷୁଥିବା ଅଭିଯୋଗରେ ଉତ୍ତରପ୍ରଦେଶ ସରକାର ସାହାରନପୁର ଜିଲ୍ଲାର କ୍ରିଡ଼ା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ଏହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ଭିଡିଓରେ ସାହାରନପୁରର ଡକ୍ଟର ଭୀମରାଓ ସ୍ପୋର୍ସ କମ୍ପ୍ଲେକ୍ସର ଶୌଚାଳୟ ଚଟାଣରେ ଏକ ବଡ଼ ଥାଳିରେ ଭାତ ରଖା ଯାଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଭାଲି ଭାତ ନୁହେଁ, ବରଂ ଶୌଚାଳୟ ମଧ୍ୟରେ ପୁରି, ସାଲାଡ଼ ଆଦି ଥୁଆ ହୋଇଥିବାର ବି ଦୃଶ୍ୟମାନ ହୋଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଖାଦ୍ୟକୁ ୧୭ ବର୍ଷରୁ କମ୍ ବର୍ଷୀୟା ବାଳିକାଙ୍କ ପାଇଁ ଆୟୋଜିତ ୩ ଦିନିଆ ରାଜ୍ୟ କବାଡ଼ି ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶ ଗ୍ରହଣ କରିଥିବା ୨୦୦ ଖେଳାଳି ନେଇ କରି ଖାଉଛନ୍ତି।

 

ଏ ନେଇ ସାହାରନପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଖିଳେଶ ସିଂହ କହିଛନ୍ତି ଯେ ‘ଖେଳାଳିମାନଙ୍କୁ ଦିଆ ଯାଉଥିବା ଅସୁସ୍ଥକର ଖାଦ୍ୟ ସଂପର୍କରେ ସୂଚନା ମିଳିଛି। ଖାଦ୍ୟ ଅନିୟମିତତାକୁ ନେଇ ଜିଲ୍ଲାର କ୍ରିଡ଼ା ଅଧିକାରୀ ଅନିମେସ ସକ୍ସେନାଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାର ପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି। ୨-୩ ଦିନ ମଧ୍ୟରେ ଏ ନେଇ ଏକ ରିପୋର୍ଟ ଦାଖଲ କରାଯିବ।’

 

 

ସମ୍ବନ୍ଧିତ ଖବର