ଅଯୋଧ୍ୟାରେ ରାମଲଲାଙ୍କ କପାଳରେ ଲାଗିଲା ‘ସୂର୍ଯ୍ୟ ତିଲକ’

ଅଯୋଧ୍ୟା: ଆଜି ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି। ମନ୍ଦିର ଭିତରେ ରାମ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହା ହେଉଛି ପ୍ରଥମ ରାମ ନବମୀ।

ବୁଧବାର ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ କିରଣ ଅଯୋଧ୍ୟାରେ ରାମ ଲାଲାଙ୍କ କପାଳରେ ପଡ଼ିଛି। ଦର୍ପଣ ଏବଂ ଲେନ୍ସ ଦ୍ବାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟ ଦେବତାଙ୍କର କିରଣର ଏକ ଧାର ଆସି ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ‘ସୂର୍ଯ୍ୟ ତିଲକ’ ପାଲଟିଛି। ହିନ୍ଦୁ ଧର୍ମର ଅନ୍ୟତମ ସମ୍ମାନିତ ଦେବତା ପ୍ରଭୁ ରାମଙ୍କ ଜନ୍ମ ତିଥିରେ ଆଜି ସାରା ବିଶ୍ୱରେ ଭକ୍ତମାନେ ରାମ ନବମୀ ପାଳନ କରୁଛନ୍ତି।

ପବିତ୍ର ରାମନବମୀ ଅବସରରେ ଅଯୋଧ୍ୟା ଚଳଚଞ୍ଚଳ ହୋଇ ଉଠିଛି। ୫ଶହ ବର୍ଷର ପ୍ରତୀକ୍ଷା ପରେ ରାମଲାଲାଙ୍କ ଜନ୍ମୋତ୍ସବ ପାଳିତ ହେବାକୁ ଯାଉଛି । ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି।

ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ‘ସୂର୍ଯ୍ୟ ତିଲକ’ରେ ଅଭିଷିକ୍ତ ହୋଇଛନ୍ତି। ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ଝଲସିଥିଲା ଶ୍ରୀବିଗ୍ରହଙ୍କର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ। ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ସୂର୍ଯ୍ୟଦେବ ଓହ୍ଲାଇ ଆସିଥିଲେ। ରାମ ନବମୀରେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ ସଂପନ୍ନ ହୋଇଛି।

ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲଲା। ସକାଳୁ ରାମଲାଲାଙ୍କୁ କ୍ଷୀରରେ ଅଭିଷେକ ପରେ ସୁନା ଅଳଙ୍କାରରେ ଆଭୁଷିତ କରାଯାଇଥିଲା।

ସମ୍ବନ୍ଧିତ ଖବର