ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଗ୍ଲୋବାଲ୍‌ ଗୋଲ୍‌କିପର୍‌ ଆଓ୍ଵାର୍ଡ’

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ଅଭିଯାନ ନିମନ୍ତେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବିଲ୍‌ ଗେଟ୍‌ସ୍‌ ଏବଂ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ୍‌ ତରଫରୁ ‘ଗ୍ଲୋବାଲ୍‌ ଗୋଲ୍‌କିପର୍‌ ଆଓ୍ଵାର୍ଡ’ ପାଇଛନ୍ତି। ନ୍ୟୁୟର୍କ ଠାରେ ବିଲ୍‌ ଗେଟ୍‌ସ୍‌ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ କହିଲେ, ପରିଚ୍ଛନ୍ନତା ଅଭିଯାନ ସଫଳ କରାଇବାରେ ଯେଉଁ କୋଟି କୋଟି ଭାରତୀୟଙ୍କର ଅବଦାନ ରହିଛି ସେମାନଙ୍କୁ ମୁଁ ଏହି ସମ୍ମାନ ଉତ୍ସର୍ଗ କରୁଛି।

ସେ କହିଛନ୍ତି: ଏ ସମ୍ମାନ ମୋର ନୁହେଁ, ଏ ହେଉଛି କୋଟି କୋଟି ଭାରତୀୟଙ୍କର ଯେଉଁମାନେ କେବଳ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିନାହାନ୍ତି, ବରଂ ସେମାନଙ୍କ ଜୀବନର ଦୈନନ୍ଦିନ ଜୀବର ଅଂଶବିଶେକ କରିପାରିଛନ୍ତି।

Image Source: The Hindu

ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀରେ ଏହି ସମ୍ମାନ ଗ୍ରହଣ କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜିକାଲି କୌଣସି ଦେଶରେ ଏ ପ୍ରକାର ଅଭିଯାନ କଥା ଶୁଣାଯାଇନି କି, ଦେଖିବାକୁ ମିଳିନାହିଁ। ଏ ଅଭିଯାନ ଆମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, କିନ୍ତୁ ନେତୃତ୍ୱ ନେଇଥିଲେ ନିଜେ ଜନତା। ଫଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୧୧ ନିୟୁତ ଶୌଚାଳୟ ନିର୍ମିତ ହୋଇଛି। ୨୦୧୪ ପୂର୍ବରୁ ଗ୍ରାମୀଣ ପରିମଳ ୪୦%ରୁ କମ୍‌ ଥିବାବେଳେ ଆଜି ତାହା ପ୍ରାୟ ୧୦୦% ହୋଇ ପାରିଛି। ମୋର ବିଶ୍ୱାସ ସ୍ୱଚ୍ଛ ଭାରତ ଅଭିଯାନର ସଫଳତା କୌଣସି ସଂଖ୍ୟା ଠାରୁ ବି ଊର୍ଦ୍ଧ୍ୱରେ।

ଅଭିଯାନର ଉପକାର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏହାଦ୍ୱାରା ଦେଶର ମଫସଲ ଅଞ୍ଚଳର ଜନତା, ବିଶେଷକରି ମହିଳାମାନେ ବିଶେଷ ଉପକୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର