ପ୍ରୋଟୋକଲ୍ ବିନା ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନରେ ବାହାରିଲେ ମୋଦି; ଟ୍ରାଫିକ୍ ଜାମ୍ରେ ଫସିଗଲା ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍
ନୂଆଦିଲ୍ଳୀ: ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନର ଆରମ୍ଭ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିନା ସୁରକ୍ଷା ବଳୟ ଓ ଭିଆଇପି ପ୍ରୋଟୋକଲ୍ରେ ଯାତ୍ରା କରିଥିବା ବେଳେ ଶନିବାର ଟ୍ରାଫିକ୍ ଜାମ୍ରେ ତାଙ୍କ କାର୍କେଡ୍ ଫସି ଯାଇଥିବା ଦେଖିବାକୁ ମିଳିଛି। ଏହି ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ। ଭାରତବର୍ଷକୁ ସ୍ୱଚ୍ଛ କରି ଗଢ଼ି ତୋଳିବା ଏହି ଆନ୍ଦୋଳନର ଲକ୍ଷ।
Sambad is now on WhatsApp
Join and get latest news updates delivered to you via WhatsApp
Delhi: Prime Minister Narendra Modi leaves for Swachhata Shramdan without any security route in place, traffic functioning normally pic.twitter.com/qxy4SnKm7B
— ANI (@ANI) 15 September 2018
ଏହି ଆନ୍ଦୋଳନ ଲଞ୍ଚ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ୨,୦୦୦ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ପତ୍ର ପ୍ରେରଣ କରିଥିବା ଜାଣିବାକୁ ମିଳିଛି। ଏହି ଅବସରରେ ମୋଦି ପୂର୍ବତନ ବିଚାରପତି, ଅବସରପ୍ରାପ୍ତ ସରକାରୀ ଅଧିକାରୀଗଣ, ବାହାଦୁର ପୁରସ୍କାର ବିଜେତା, ସିଡବ୍ଲୁଜି ଏବଂ ଏସିୟାନ୍ ଗେମ୍ସର ପଦକ ବିଜେତାମାନଙ୍କୁ ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିଲେ। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟନ୍ତ୍ରୀ, ରାଜ୍ୟପାଳ, ଉପରାଜ୍ୟପାଳମାନେ ଆଦି ମଧ୍ୟ ଏହି ନିମନ୍ତ୍ରଣ ପତ୍ର ପାଇଥିଲେ।
‘Swachhata Hi Seva Movement’ aims at fulfilling Bapu’s dream of a Clean India. Watch. #SHS2018 https://t.co/s9bZgT8mEl
— Narendra Modi (@narendramodi) 15 September 2018
ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସ୍କୁଲ୍ ଛାତ୍ରଛାତ୍ରୀ, କର୍ମଚାରୀ, ଯବାନ ଏବଂ ସ୍ଥାନୀୟ ସରକାରୀ ପ୍ରତିନିଧୀମାନଙ୍କ ସମେତ ୧୮ଟି ସ୍ଥାନରେ ଏ ସଂପର୍କରେ ଆଲୋଚନା କରିଥିଲେ। ମୋଦି ବ୍ୟକ୍ତ କରିଛନ୍ତି ଯେ ଏହି ଅନ୍ଦୋଳନ ଦେଶର ୯୦ ପ୍ରତିଶତ ସ୍ଥାନକୁ ପ୍ରଭାବିତ କରିଛି। ଏହା ମଧ୍ୟରେ ଦେଶରେ ୯ କୋଟି ଶୌଚାଳୟ ତିଆରି ହୋଇ ସାରିଛି।
#WATCH: Prime Minister Narendra Modi sweeps & cleans the premises of Baba Sahib Ambedkar Higher Secondary School in Delhi’s Paharganj as a part of #SwachhataHiSeva movement. pic.twitter.com/sqjN7zxGmg
— ANI (@ANI) 15 September 2018