କରୋନା ଟୀକାକରଣ ପରେ ଜାନୁଆରି ୩୧ରୁ ଆରମ୍ଭ ହେବ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଜାତୀୟ ପୋଲିଓ ଟୀକାକରଣ ଅଭିଯାନ ପୁଣି ଜାନୁଆରି ୩୧ ତାରିଖରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରି ୧୭ ତାରିଖରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଥିଲା । ମାତ୍ର ୧୬ ତାରିଖରୁ କୋଭିଡ୍ ଟିକା ଅଭିଯାନ ଆରମ୍ଭ ହେଉଥିବାରୁ ବୁଧବାର ଦିନ କେନ୍ଦ୍ରସରକାର ପୋଲିଓ ଟୀକାକରଣ ଉପରେ ରୋକ୍ ଲଗାଇଥିଲେ । ତେବେ ପୋଲିଓ ଟିକା ପାଇଁ ପୁଣି ତାରିଖ ଘୋଷଣା କରାଯାଇଛି ।

ଜାନୁଆରି ୩୦ ତାରିଖ ପୂର୍ବାହ୍ନ ୧୧.୪୫ ମିନିଟରେ ରାଷ୍ଟ୍ରପତିଙ୍କ ଭବନ ପରିସରରେ କେତକ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏହା ପରେ ଜାନୁଆରି ୩୧ ତାରିଖ ଦିନ ସାରା ଦେଶରେ ୫ ବର୍ଷରୁ କମ୍ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।

Tehran Times

ସୂଚନା ମୁତାବକ, ବର୍ତ୍ତମାନ ପାଇଁ ପୋଲିଓ ଟୀକାକରଣ ସ୍ଥଗିତ ରଖିବାକୁ ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟୀକାକରଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଜଣାଇଥିଲା। ପରବର୍ତ୍ତୀ ନୋଟିସ୍‌ ପାଇବାଯାଏଁ ପୋଲିଓ ଟୀକାକରଣ ସ୍ଥଗିତ ରଖିବାକୁ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କ ପାଖକୁ ଜାନୁଆରି ୯ ତାରିଖ ଦିନ ଏହି ଚିଠି ଜାରି କରାଯାଇଥିଲା। କିନ୍ତୁ, ଏହି ସ୍ଥଗିତାଦେଶ ସାମୟିକ। କୋଭିଡ୍‌-୧୯ ଟୀକାକରଣ କଥା ବୁଝା ସରିବା ପରେ ପରେ ପୋଲିଓ ଟୀକାକରଣ ଆରମ୍ଭ ହେବ ବୋଲି କହିଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ସମ୍ବନ୍ଧିତ ଖବର