ଭିଡିଓରେ ଦେଖନ୍ତୁ କିପରି ଆକସ୍ମିକ ଭାବେ ଧସି ପଡ଼ିଲା ରାସ୍ତା, ୭ଫୁଟ ନାଳ ଭିତରେ ଫସିଗଲେ ଲୋକେ

ସିରୋହୀ: ସିିସିଟିଭିରେ କୈଦ୍‌ ହୋଇଥିବା ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାହାକୁ ଦେଖିଲେ ଆପଣ ହୁଏତ ବିଶ୍ୱାସ କରି ପାରିବେ ନାହିଁ। ଏହି ଦୃଶ୍ୟରେ ଦେଖିବାକୁ ମିଳୁଛି କି ହଠାତ୍‌ ଗୋଟିଏ ନାଳ ଉପରେ ଥିବା ଫୁଟପାଥ୍ ଧସି ପଡ଼ୁଛି ଏବଂ ଏହି ସମୟରେ ନାଳ ଉପର ଦେଇ ଯାଉଥିବା ଦୁଇଜଣ ଲୋକ, ପାଖରେ ଥିବା ଗାଡ଼ି ଓ ଦେକାନର କିଛି ସାମଗ୍ରୀ ସେଥିରେ ଫସି ଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ରାଜସ୍ଥାନର ସିରୋହୀ ସହରର ବୋଲି ଜଣାପଡ଼ିଛି। ମାଲି ଛାତ୍ରବାସ ରୋଡସ୍ଥିତ ଅଞ୍ଚଳରେ ଥିବା ବ୍ୟବସାୟିକ କମ୍ପଲେକ୍ସ ବାହାର ଦେଇ ଯାଇଥିବା ୭ଫୁଟ ଗଭୀର ନଳା ଉପରେ ଏକ ଫୁଟପାଥ ଥିଲା। ଏହି ଫୁଟପାଥଟି ହଠାତ ଧସି ପଡ଼ିଥିଲା।

ଏହି ଘଟଣା ସମୟରେ ଫୁଟପାଥରେ ଦେଇ ଯାଉଥିବା ଦୁଇଜଣ ଲୋକ ନଳାରେ ପଡ଼ିଯାଇଥିଲେ। କେବଳ ସେତିକି ନୁହେଁ, ସେଠାରେ ଥିବା ମଟର ସାଇକେଲ ବି ନଳାରେ ପଡ଼ି ଯାଇଥିଲା। ପାଖ ଦୋକାନରେ ଥିବା କିଛି ସାମଗ୍ରୀ ବି ୭ଫୁଟ ଗଭୀର ନଳା ଭିତରକୁ ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର