ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ: ଗୁରୁଗ୍ରାମ ପୁଲିସ ବିରୋଧରେ କେସ୍‌ ଫାଇଲ୍‌ କରିବେ ବସ୍‌ କଣ୍ଡକ୍ଟର୍‌ ଅଶୋକ

ଗୁରୁଗ୍ରାମ: ରିୟାନ୍‌ ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ସ୍କୁଲ୍‌ର ୭ ବର୍ଷିୟ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ବସ୍‌ କଣ୍ଡକ୍ଟର୍‌ ଅଶୋକ କୁମାରଙ୍କ ବାପା ହରିୟାନା ପୁଲିସ ଅଧିକାରୀଙ୍କ ବିରୋଧରେ କେସ୍‌ ଫାଇଲ୍‌ କରି ପାରନ୍ତି।

ଅଶୋକଙ୍କ ବାପା ଅମିରଚାନ୍ଦ କହିଛନ୍ତି ଯେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ମାମଲାରେ ସିବିଆଇ ୧୬ ବର୍ଷିୟ ଛାତ୍ରଙ୍କୁ ଗିରଫ କରିବା ପରେ ତାଙ୍କ ପରିବାର କେସ୍‌ ଦାଏର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏବେ ସ୍ପଷ୍ଟ ହୋଇ ଯାଇଛି ଯେ ମୋ ପୁଅ ଅଶୋକକୁ ଯୋଜନାବଦ୍ଧ ଭାବେ ସଂଶ୍ଳିଷ୍ଟ କରାଯାଇ ବଳି ପାଇଁ ଉଦ୍ଦିଷ୍ଟ ଛେଳି କରାଇ ଦିଆଯାଇଛି। ଏ ଯୋଜନା କରିଥିବା ଏବଂ ନିର୍ଯାତନା ଦେବା ସହ ଅପରାଧ କରିଥିବା କଥା ଗଣମାଧ୍ୟମ ସାମ୍ନାରେ ସ୍ୱୀକାର କରାଇବାକୁ ତାକୁ ନିଶା ଦେଇଥିବା ଗୁରୁଗ୍ରାମ ପୁଲିସ ଏସ୍‌ଆଇଟିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ଅମିରଚାନ୍ଦ କହିଛନ୍ତି।

ସେ ପୁଣି କହିଛନ୍ତି, କେସ୍‌ ଫାଇଲ୍‌ କରିବା ନିମନ୍ତେ ତାଙ୍କ ପରିବାର ଗ୍ରାମବାସୀଙ୍କଠାରୁ ଅର୍ଥ ଆଦାୟ କରୁଛି। ଅଶୋକ ପାଇଁ ନ୍ୟାୟ ଦାବି କରିବା ସହ ଦାୟିତ୍ୱହୀନ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହି ସେମାନେ ଆମକୁ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର