ପ୍ରୟାଗରାଜ ହିଂସା ଅଭିଯୁକ୍ତଙ୍କ ଝିଅ ସପକ୍ଷରେ ଜେଏନ୍‌ୟୁରେ ପ୍ରତିବାଦ

ନୂଆଦିଲ୍ଲୀ : ପ୍ରୟାଗରାଜ ହିଂସାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଜାଭେଦଙ୍କ ଝିଅ ଆଫ୍ରିନ ଫାତିମାଙ୍କ ସପକ୍ଷରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ରସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଫାତିମାଙ୍କ ବାପାଙ୍କ ବିରୋଧରେ ହୋଇଥିବା ‘ବୁଲଡୋଜର’ କାର୍ଯ୍ୟାନୁଷ୍ଠାନକୁ ଛାତ୍ରସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଜୁନ୍ ୧୧ରେ ଫାତିମା ତାଙ୍କ ବାପାଙ୍କ ସୁରକ୍ଷା ପାଇଁ ନିବେଦନ କରି ସାମାଜିକ ଗଣମାଧ୍ୟମରେ ଜାତୀୟ ମହିଳା କମିସନ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ। ପୁଲିସ ମତରେ ଜାଭେଦ ପ୍ରଫେଟ୍ ମନ୍ତବ୍ୟକୁ ନେଇ ପ୍ରୟାଗରାଜରେ ହିଂସା ଭିଆଇଥିଲେ। ରବିବାର ବ୍ୟାପକ ପୁଲିସ ସୁରକ୍ଷା ମାଧ୍ୟମରେ ବୁଲଡୋଜର ଦ୍ବାରା ଜାଭେଦଙ୍କ ଘର ଭାଙ୍ଗିଦିଆଯାଇଛି। ଶୁକ୍ରବାର ହିଂସାକୁ ନେଇ ପୁଲିସ ୯ଟି ଜିଲ୍ଲାରୁ ୩୧୬ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର