୬ରେ ଦେଶବ୍ୟାପୀ ଚକାଜାମ୍‌ ପାଇଁ ପ୍ରସ୍ତୁତି

ରାଜ୍ୟମାନଙ୍କ ଦାବି ମୁତାବକ ନୂଆ କୃଷି ଆଇନ ଲାଗୁ ହେଉ: ସ୍ବାମୀ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ଗାଜିପୁର, ଟିକ୍ରି ଏବଂ ସିଂଘୁ ସୀମାରେ ଆନ୍ଦୋଳନ ଜୋର୍‌ଦାର ହୋଇଥିବା ବେଳେ ଆଜି ମଧ୍ୟ ହଜାର ହଜାର ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଚାଷୀ ସଂଗଠନଗୁଡ଼ିକ ୬ ଫେବ୍ରୁଆରିରେ ଦେଶବ୍ୟାପୀ ଚକାଜାମ୍‌ ଆନ୍ଦୋଳନ ଘୋଷଣା କରିଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ୬ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦେଶରେ ଚକାଜାମ୍‌ ଆନ୍ଦୋଳନ ହେବ ଏବଂ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଚାଷୀ ନେତା ରାଜେଶ ଟିକାୟତ କହିଛନ୍ତି। ଅନ୍ୟପକ୍ଷରେ ଜନସାଧାରଣଙ୍କ ଗମନାଗମନରେ ସମସ୍ୟା ସୃଷ୍ଟି ନ କରିବା ଏବଂ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ପାଇଁ ଆଜି ୟୁପି, ହରିୟାଣା ଏବଂ ଦିଲ୍ଲୀ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ନିବେଦନ କରାଯାଇଛି।

ରାଜ୍ୟମାନଙ୍କ ଦାବି ମୁତାବକ ନୂଆ କୃଷି ଆଇନ ଲାଗୁ ହେଉ: ସ୍ବାମୀ
ନୂଆଦିଲ୍ଲୀ : ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଆଜି କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ନେଇ ଯେଉଁ ସମସ୍ୟା ଉପୁଜିଛି ତାହାର ସମାଧାନ ନିମନ୍ତେ ଶ୍ରେଷ୍ଠ ପନ୍ଥା ହେଉଛି ରାଜ୍ୟମାନଙ୍କର ନିଷ୍ପତ୍ତି ଆଧାରରେ ଆଇନକୁ ଲାଗୁ କରିବା। ୩ ନୂଆ କୃଷି ଆଇନକୁ ଲାଗୁ କରିବା ପାଇଁ ଯେଉଁ ରାଜ୍ୟମାନେ ଆଗ୍ରହ ପ୍ରକାଶ କରି କେନ୍ଦ୍ର ସରକାରଙ୍କଠାରେ ନିବେଦନ କରିବେ ସେହି ରାଜ୍ୟରେ ହିଁ ଆଇନ ଲାଗୁ ହେଉ ବୋଲି ସ୍ବାମୀ କହିଛନ୍ତି। ସ୍ବାମୀଙ୍କ ଏହି ଫର୍ମୁଲାକୁ ଅନେକ ବିଜେପି ସାଂସଦ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର