ପ୍ରଧାନମନ୍ତ୍ରୀ ରିମୋଟ୍‌ରେ ତାମିଲନାଡୁ ନିୟନ୍ତ୍ରଣ କରୁଛନ୍ତି: ରାହୁଲ ଗାନ୍ଧି

ଚେନ୍ନାଇ : ଆଗାମୀ ଏପ୍ରିଲ ୬ ତାରିଖ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୋଟିଏ ତୀରରେ ତାମିଲନାଡୁର ଦୁର୍ନୀତିଗ୍ରସ୍ତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରି ଭୀଷଣ ଗର୍ଜିଛନ୍ତି। ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କ ମାଧ୍ୟମରେ ମୋଦୀ ତାମିଲନାଡୁକୁ ରିମୋଟ୍‌ରେ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି ବୋଲି ରାହୁଲ ଆକ୍ଷେପ କରିଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ଦୁର୍ନୀତିରେ ଡୁବି ରହିଥିବାରୁ ସେ କିଛି ପ୍ରତିବାଦ ନକରି ମୋଦୀଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର