ଆଇଆଇଟିଗୁଡ଼ିକ ହେଉଛନ୍ତି ‘ଇଣ୍ଡିଆନ୍ ଇନ୍ଷ୍ଟ୍ରୁମେଣ୍ଟ ଅଫ୍ ଟ୍ରାନ୍ସଫର୍ମେସନ୍’: ପ୍ରଧାନମନ୍ତ୍ରୀ ମୋଦି
ମୁମ୍ବାଇ: ବମ୍ବେ ଆଇଆଇଟିର ୫୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଇଆଇଟିଗୁଡ଼ିକ କେବଳ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନଲୋଜି ନୁହଁନ୍ତି, ବରଂ ସେଗୁଡ଼ିକ ‘ଇଣ୍ଡିଆନ୍ ଇନ୍ଷ୍ଟ୍ରୁମେଣ୍ଟ ଅଫ୍ ଟ୍ରାନ୍ସଫର୍ମେସନ୍’ ବୋଲି କହିଛନ୍ତି। ଭାରତରେ ଆସିଥିବା ପରିବର୍ତ୍ତନରେ ଆଇଆଇଟିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ଆଇଆଇଟି ବମ୍ବେର ସମାବର୍ତ୍ତନ ଉତ୍ସବରେ ଯୋଗନେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ, ‘ଆପଣମାନଙ୍କ ମୁହଁ ଦେଖି ମୋର ହୃଦବୋଧ ହେଉଛି କି ଦେଶ ଉଚିତ୍ ମାର୍ଗରେ ପରିଚାଳିତ ହେଉଛି। ଦେଶର ଆଇଆଇଟି ଛାତ୍ରଛାତ୍ରୀ ହିଁ ଆମର ଆଇଟି ଶିଳ୍ପକୁ ଗଢ଼ି ତୋଳିଛନ୍ତି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଦେଶରେ ପରିବର୍ତ୍ତନର ବାହକ ସାଜନ୍ତୁ। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା କୃଷି ଉତ୍ପାଦନ ବୃଦ୍ଧି, ଜଳ ସଂରକ୍ଷଣ ଓ ବିଶୁଦ୍ଧ ଶକ୍ତି ଉତ୍ସ ଆଦି ବିକଶିତ କରିବା ଦିଗରେ କାର୍ଯ୍ୟ କରନ୍ତୁ।’
Delighted to address the convocation ceremony at IIT-B. Here is my speech.` https://t.co/KNj8u9AfNz
— Narendra Modi (@narendramodi) August 11, 2018
ଏଥିସହ ପ୍ରଧାନମନ୍ତ୍ରୀ ମୋଦି ବମ୍ବେ ଆଇଆଇଟିକୁ ୧୦୦୦ କୋଟି ଟଙ୍କାର ଅନୁଦାନ ମିଳିବା ବିଷୟ ଘୋଷଣା କରିଥିଲେ। ଏହି ଉତ୍ସବରେ କେନ୍ଦ୍ରମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର, ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଯୋଗ ଦେଇଥିଲେ।