କରୋନା ଦ୍ବାରା ସଂକ୍ରମିତ ହେବା ପରେ ଏଭଳି ହୋଇଯାଏ ଫୁସଫୁସର ଅବସ୍ଥା, ୩ଡି ଫଟୋ ଜାରି କଲା ଆମେରିକା

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିସାରିଥିବା ‌ବେଳେ ଏକର୍ଯ୍ୟନ୍ତ ୪୬୦୦ଲୋକ ପ୍ରାଣ ହରାଇ ସାରିଛନ୍ତି। ଏହି ରୋଗ ପାଇଁ ଟୀକା ପ୍ରସ୍ତୁତ କରିବାକୁ ଏବେ ସାରା ଦେଶର ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି। ତେବେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ପାଇଁ ଟୀକା ବାହାର କରାଯାଇପାରି ନଥିବା ବେଳେ ସଂକ୍ରମିତଙ୍କ ଫୁସଫୁସ କିଭଳି ଦିସେ, ତାହାର ଏକ ୩ଡି ଫଟୋ ସାମ୍ନାକୁ ଆସିଛି।

ଫଟୋଟିକୁ ଜାରି କରିଛି ରାଡିଓଲୋଜି ‌ସୋସାଇଟି ଅଫ୍ ନର୍ଥ ଆମେରିକା। ଏହି ସଂସ୍ଥା କରୋନା ପୀଡ଼ିତଙ୍କ ଫୁସଫୁସର ଏକ ଫଟୋ ଜାରି କରିଛିି, ଯାହାକୁ ଦେଖିବା ପରେ ଭାଇରସ କେତେ ଭୟାନକ ତାହା ସ୍ପଷ୍ଟ ହୋଇଯାଇଛି। ଜାରି କରାଯାଇଥିବା ଫଟୋରେ ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସର ରଙ୍ଗ ବଦଳିଯାଇଥିବା ସହ ଭିତରେ ‘ମ୍ୟୁକସ୍’ରେ  ଭରିଯାଇଥିବା ଦେଖାଯାଇଛି। ମ୍ୟୁକସ ଭରିଯିବାରୁ ରୋଗୀକୁ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ ଏବଂ ଅନେକ ସମୟରେ ରୋଗୀ ପ୍ରାଣ ହରାଇଥାଏ।

ମିଳିଥିବା ରିପୋର୍ଟ ମୁତାବକ, କରୋନଭାଇରସ୍ ପ୍ରଥମେ ମଣିଷ ଶରୀରର ଫୁସଫୁସକୁ ସଂକ୍ରମିତ କରିଥାଏ। ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାନଙ୍କ ମନ ଭିତରେ ଥିବା ଡ଼ର ଆହୁରି ବଢ଼ିଯାଇଛି।

ସମ୍ବନ୍ଧିତ ଖବର